ନେତାଜୀ ସଂଗ୍ରାମୀ ପରିଷଦ ଆନୁକୂଲ୍ୟରେ ବେଦବିଦ୍ୱାନ ବ୍ରଜବିହାରୀଙ୍କ ୧୦୬ତମ ଜୟନ୍ତୀ ପାଳିତ
ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସାମ୍ବାଦିକ ଭବନ ପରିସରରେ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବେଦବିଦ୍ୱାନ ବ୍ରଜବିହାରୀଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ବହୁ ବୁଦ୍ଧିଜିବି ତଥା ସାମାଜିକ ନେତୃମଣ୍ଡଳି ସଂଗଠିତ ହୋଇ ପ୍ରାତଃ ସ୍ମରଣୀୟ ପ୍ରଥିତ
ନେତାଜୀ ସଂଗ୍ରାମୀ ପରିଷଦ ଆନୁକୁଲ୍ୟରେ ବେଦବିଦ୍ୱାନ ବ୍ରଜବିହାରୀଙ୍କ ୧୦୬ତମ ଜୟନ୍ତୀ ପାଳିତ


ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସାମ୍ବାଦିକ ଭବନ ପରିସରରେ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବେଦବିଦ୍ୱାନ ବ୍ରଜବିହାରୀଙ୍କ ୧୦୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ବହୁ ବୁଦ୍ଧିଜିବି ତଥା ସାମାଜିକ ନେତୃମଣ୍ଡଳି ସଂଗଠିତ ହୋଇ ପ୍ରାତଃ ସ୍ମରଣୀୟ ପ୍ରଥିତଯଶା ସାହିତ୍ୟିକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରିଷଦର ଆବାହକ ବିରେନ୍ଦ୍ର ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରଜ ବିହାରୀଙ୍କ ଅମର କୃତିର ଗବେଷଣା ସକାଶେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଏକ ମର୍ଯ୍ୟାଦାଜନକ ଚେୟାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରେରଣ ସହିତ ତାଙ୍କ ରଚିତ ଅପ୍ରକାଶିତ ପ୍ରେରଣାଦାୟୀ ପାଣ୍ଡୁଲିପି ସମୁହକୁ ପୁସ୍ତକରୂପ ପ୍ରଚେଷ୍ଟା ଦେବା ପାଇଁ ଦୃଢ ମତ ପ୍ରକାଶ ପାଇଥିଲା। ବିଶିଷ୍ଟ ମଂଚ କଳାକାର ସିନେ ଅଭିନେତା ସାମାଜିକ ଧର୍ମୀ ନାନା ପାଟେକରଙ୍କ ବିୟୋଗରେ ଅମର ଆତ୍ମାର ସଦ୍ଗତି କାମନା କରି ଏକ ନିରବ ପ୍ରାର୍ଥନା ସଂଯୋଜିତ ହୋଇଥିଲା। ଅତିଥି ବକ୍ତାମାନଙ୍କ ମଧ୍ୟରେ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଯୁବ ସଂଗଠକ ସୟେଦ ଆଫତାପ୍ ହୁସେନ, କବି ନବୀନ ବିଶ୍ୱବନ୍ଧୁ, କବି ସଂଦୀପ କୁଅଁର, ସାମ୍ବାଦିକ ଶ୍ରୀମନ୍ତ ପଣ୍ଡା, ସାମାଜିକ କର୍ମୀ ମୋହନ ଗୋପାଳ ପଣ୍ଡା, ଶିକ୍ଷାବିତ୍ ସନାତନ ଠାକୁର ପ୍ରମୁଖ ବ୍ରଜବିହାରୀଙ୍କ ସାହିତ୍ୟ ଦର୍ଶନର ବିଭିନ୍ନ ସୋପାନକୁ ସ୍ମୃତିଚାରଣ କରିଥିଲେ। ପରିଷଦର ବରିଷ୍ଠ ସଦସ୍ୟ ରାଜକିଶୋର ଦାଶ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସାଫଲ୍ୟତାକୁ ସାଧୁବାଦ ଜଣାଇଥିଲେ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ବହୁ ବୁଦ୍ଧିଜିବୀ ତଥା ସାହିତ୍ୟିକ ଯୋଗଦାନ କରି ସ୍ମୃତି ସଭାକୁ ସଫଳ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande