ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ’
ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)- ଆଇନ ସେବା, ସାମାଜିକ ନ୍ୟାୟ ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ଆଜି ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ ରେ ସମ୍ମାନିତ କରାଯାଇଛି। ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍, ଇଣ୍ଡିଆ ପକ୍ଷରୁ
ଆଇନ ସେବା ଓ ସାମାଜିକ ନ୍ୟାୟ ପାଇଁ ନୃସିଂହ ଚରଣ ମହାନ୍ତିଙ୍କୁ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’


ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)- ଆଇନ ସେବା, ସାମାଜିକ ନ୍ୟାୟ ଓ ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ବରିଷ୍ଠ ଆଇନଜୀବୀ ନୃସିଂହ ଚରଣ ମହାନ୍ତିଙ୍କୁ ଆଜି ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ ରେ ସମ୍ମାନିତ କରାଯାଇଛି। ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ୍, ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମେଫେୟାର କନଭେନସନ୍ ଠାରେ ଆଜି ଆୟୋଜିତ ସମ୍ମାନ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ତାଙ୍କୁ ମାନପତ୍ର ଓ ସମ୍ମାନସୂଚକ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଗୌରବମୟ କାର୍ଯ୍ୟକ୍ରମରେ ଡିଆଇଜି, ସିଆରପିଏଫ୍-ଓଡ଼ିଶା ବଳରାମ ବେହେରା, ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ, ରାଜ୍ୟ ସଭାପତି ଡ. ନାରାୟଣ ପତି, ଏବଂ ଷ୍ଟେଟ୍ ପାଇକା ସଂଘ, ଓଡ଼ିଶାର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନଙ୍କ ସମେତ ବିଭିନ୍ନ ବିଶିଷ୍ଟ ଅତିଥି ଓ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶ୍ରୀ ମହାନ୍ତି ଦୀର୍ଘଦିନ ଧରି ଗରିବ, ଅସହାୟ ଓ ଆଇନଗତ ସହାୟତାରୁ ବଞ୍ଚିତ ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା ପ୍ରଦାନ କରିଆସୁଛନ୍ତି। ସେ ଦୁଇଥର ମାଲକାନଗିରି ବାର୍ ଆସୋସିଏସନ୍ ର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବର୍ତ୍ତମାନ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ଆଇନ ସେବା ସହିତ ସାମାଜିକ ସେବା, ଚିକିତ୍ସା ସହାୟତା, ଜନସମସ୍ୟା ଓ ଗରିବ ଲୋକଙ୍କ ଅଧିକାର ପାଇଁ ପ୍ରଶାସନ ନିକଟରେ ସ୍ୱର ଉଠାଇବା ଭଳି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ମଧ୍ୟ ତାଙ୍କର ଅବଦାନ ରହିଛି। ତାଙ୍କର ଏହି ଉଲ୍ଲେଖନୀୟ ସେବା ଓ ଅବଦାନକୁ ସ୍ୱୀକୃତି ଦେଇ ମାନପତ୍ର ଓ ଟ୍ରଫି ସହ ‘ଓଡ଼ିଶା ଗୌରବ ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିବାରୁ ଏହା ମାଲକାନଗିରି ଜିଲ୍ଲା ପାଇଁ ଏକ ଗୌରବର ବିଷୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande