ବାଗଡ଼ିହିରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
Primary health centre inaugurated
ବାଗଡ଼ିହିରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ


ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.) ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ଗୁଣାତ୍ମକ ତଥା ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବାଗଡ଼ିହି ଠାରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ‘ଦୈନିକ ଯତ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ଝାରସୁଗୁଡ଼ା ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ଦ୍ୱାରା ବାଗଡ଼ିହି ତଥା ଆଖପାଖ ଅଞ୍ଚଳର ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା ନିକଟରେ ଉପଲବ୍ଧ ହୋଇପାରିବ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରଭାଇଜର ମିଳନ କୁମାର ବେହେରା, ବିଜୟ ଶର୍ମା, ଉଦ୍ଧବ ସିଂ ନାୟକ, ଶୁଭମ୍ ସାହୁ ଏବଂ ଅଜୟ ପଣ୍ଡିତ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ଗୌରବ ବେହେରା, ଷ୍ଟାଫ୍ ନର୍ସ ସୁରଭୀ ନାୟକ, ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଅଶୋକ ପଟେଲ୍, ଲାବୋରେଟୋରୀ ଟେକ୍ନିସିଆନ୍ ପ୍ରିୟଙ୍କା ଚାନ୍ଦ ଏବଂ ଆଟେଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande