


ବଲାଙ୍ଗିର, 11 ଅକ୍ଟୋବର (ହି.ସ.), ଆଜି ବଲାଙ୍ଗୀରର କଦମପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି, ବଲାଙ୍ଗୀର ଜିଲ୍ଲାର ବିଦ୍ୟୁତ ପରିଷଦର ଏକ ଆଲୋଚନା ଚକ୍ର ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ ଅବସରପ୍ରାପ୍ତ ଓଡିଆ ଅଧ୍ୟାପିକା ଡ. ଆରତୀ ତ୍ରିପାଠି ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ଶ୍ରୀମୟୀ ପଣ୍ଡା, ଦୀପନ୍ବିତା ଦାସ ଓ ସାନଭି ପ୍ରିୟଦର୍ଶନି ବିଶ୍ବାଳ ଗାନ କରିଥିଲେ ।ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର,ଓ ସ୍ବାଗତ ଭାଷଣ ସମ୍ଭାଗ କୋଷାଧ୍ୟକ୍ଷ ଦତ୍ତାନନ୍ଦ ପଣ୍ଡା ଉଦ।ଦେଶ୍ୟ ଜ୍ଞାପନ ଜିଲ୍ଲା ପ୍ରମୁଖ ରାମକୁମାର ମିଶ୍ର କରିଥିଲେ । ସଭାପତି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଆଦ୍ୟାଶକ୍ତି ନାରୀ ସଂଗଠନର ସଭାପତି ମାଳତୀ ଉଦ୍ଗାତା,ଅବସର ପ୍ରାପ୍ତ ପୂର୍ବତନ ବି.ଇ.ଓ. କୁମୁଦିନୀ ମିଶ୍ର, ଶିକ୍ଷୟତ୍ରୀ ପ୍ରିୟମ୍ବଦା ମିଶ୍ର, ଅବସର ପ୍ରାପ୍ତ ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ମିଶ୍ର, ସମାଜସେବି ରାଜେଶ ତ୍ରିପାଠୀ ତଥା ଆନ୍ୟିନ୍ୟ ବରୀଷ୍ଠ ବୁଦ୍ଧିଜୀବି ନାରୀ ସଶକ୍ତି କରଣ ଉପରେ ଆଲୋଚନା କରିଥିଲେ । ପରେ ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ନାରୀ ସମ୍ମାନ, ସୁରକ୍ଷା ଓ ସଶସ୍ତ୍ରୀ କରଣ ଉପରେ ମହତ୍ତ୍ବପୂର୍ଣ୍ଣ ବିଚାର ସର୍ବାଗ୍ରେ ରଖିଥିଲେ । ମଞ୍ଚାସୀନ ଅନ୍ୟତମ ଅତିଥିଙ୍କ ମଧ୍ୟରେ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ରବିନ।ଦ।ର ପଣ୍ଡା, ତରଣୀସେନ ପଟେଲ ଆଦି ଉପସ୍ଥିତ ଥିଲେ । ଏହାପରେ ସଭାପତି ନିଜର ଆର୍ଶିବଚନ ସହ ଧନ୍ୟବାଦ ଜ୍ଞାପନ କରିଥିଲେ । ଭାରତୀ ସାହୁ,ମମତା ଭୋଇ ଓ ନୀରୁପମା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ
ତ୍ରିଲୋଚନ ଦାଶ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ଏହି ଶୁଭାବସରରେ କଦମପଡା ଶିଶୁମନ୍ଦିରର ବାଟିକା ବିଭାଗରେ
ବିଭାଗ ପ୍ରମୁଖ ବିଦ୍ୟୁତ ଲତା କରଙ୍କ ତତ୍ତ୍ବାବଧାନରେ ଏକ ମାତୃ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ସନାତନ ଠାକୁର, ଡ.ଆରତୀ ତ୍ରିପାଠୀ, ରବିନ୍ଦ୍ର ପଣ୍ଡା, ତରଣି ସେନ ପଟେଲ ଆଦି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ । ଗୁରୁମା ସୋଭାଗିନି ମିଶ୍ରଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ବିଦ୍ୟାଳୟର ମାତୃଭାରତୀ ସଂଗଠନ ସକ୍ରିୟ ସହଯୋଗ ପ୍ରଦାନ କରିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ