ସେବା ସଂକଳ୍ପ ଅଭିଯାନରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
Senior citizen were felicitated
ସେବା ସଂକଳ୍ପ ଅଭିଯାନରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା


ଝାରସୁଗୁଡ଼ା, ୧୧ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ପୌରାଂଚଳର ୧୩ ନମ୍ବର ୱାର୍ଡ ଦେବାଡିହିଠାରେ ରବିବାର ଅପରାହ୍ନରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଝାଡ଼େଶ୍ୱର ମଣ୍ଡଳ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ସୁନିଲ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ, ଝାଡ଼େଶ୍ୱର ମଣ୍ଡଳ ସଭାପତି ବିମଲେନ୍ଦୁ ଭୋଲ, ଅରବିନ୍ଦ ପାଠକ, ମାର୍କଣ୍ଡ ସିଂ, ସୁରଥ ଚନ୍ଦ୍ର ପଟେଲ, ଜଳନ୍ଦର ରୋହିଦାସ, ଧ୍ରୁବ ଚରଣ ପାଣ୍ଡେ, ଗୌତମ ପାଣ୍ଡେ, ଉମେଶ ପାଣ୍ଡେ, ଚନ୍ଦ୍ରହାସ୍ୟ ମରାଇ, ତ୍ରିଲୋଚନ ପ୍ରଧାନ, ଉଦ୍ଧବ ମେହେର, ସଞ୍ଜୟ ପାଣ୍ଡେ, ବିରେନ୍ଦ୍ର ପାଣ୍ଡେ, ବିହାରୀ ପଟେଲ, ପଙ୍କଜ ବେହେରା, ଦ୍ୱିତୀୟା ଓରାମ, ପବିତ୍ର ମାଝୀ, ଘନଶ୍ୟାମ, ହେମଳତା ଏବଂ ବିଦ୍ୟାଧର ମନ୍ଦିରର ପବିତ୍ର ବେହେରାଙ୍କ ସମେତ ଅନ୍ୟମାନେ ମଂଚାସୀନ ଥିଲେ।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ବରିଷ୍ଠ ନାଗରିକଙ୍କ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ତଥା ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନା ବିଷୟରେ ସେ ଉପସ୍ଥିତ ନାଗରିକଙ୍କୁ ଅବଗତ କରାଇଥିଲେ। ଏଥିସହ ଅଂଚଳର ଅଧିକ ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟ ହେବା ଆବଶ୍ୟକ, ସେ ସମ୍ପର୍କରେ ନିଜ ମତାମତ ଓ ପରାମର୍ଶ ଦେବାକୁ ବରିଷ୍ଠ ନାଗରିକଙ୍କୁ ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ଦେବାଡିହି, ପୁରୁଣାବସ୍ତି, ଓରାମପଡ଼ା, ବାଲିଜୁରୀ, ଛତ୍ରିଆକଂଟା ଓ ମାଲିମୁଣ୍ଡା ଅଂଚଳରୁ ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ। ଏହି ଅବସରରେ ସେମାନଙ୍କୁ ବେତ ବାଡ଼ି ପ୍ରଦାନ କରାଯିବା ସହ ବିଧାୟକ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ଜନସମ୍ପର୍କ ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେବାଡିହି-ବାଲିଜୁରୀର କାଉନସିଲର ଦେବବ୍ରତ ପାଣ୍ଡେଙ୍କ ସମେତ ହରିଶ ପାଣ୍ଡେ, ବିମଲ ଚନ୍ଦ୍ର ନାଏକ, ବିପିନ୍ଦ୍ର କଣ୍ଡରା, ମଙ୍ଗଳ ବିରଗଠିଆ, ପ୍ରହଲ୍ଲାଦ ମାଝୀ, ଦିପାଞ୍ଜଳୀ ପଟେଲ, ଗୀତାଞ୍ଜଳୀ ନାଏକ, ଦୁଲ ଖଡ଼ିଆ, ସୁଷମା ମୁଣ୍ଡା, ରାଜକୁମାର ଓରାମ, ଘନଶ୍ୟାମ ଓରାମ, ସୁବାଶ ପ୍ରଧାନ ଓ ବିବେକ ଶ୍ରୀବାସଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande