ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ପୃଥକ୍ ପୃଥକ୍ ଭାବେ
ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ, ଅବାଧ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦୁଝରସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ପୃଥକ୍ ପୃଥକ୍ ଭାବେ ଏହି ବୈଠକ

ହୋଇଥିଲା। ଏଥିରେ ସଦର ଏସ୍ଡିପିଓ ଓ କେନ୍ଦୁଝର ଟାଉନ୍ ଥାନା ଆଇଆଇସିଙ୍କ ସମେତ ସମ୍ପୂକ ଶିକ୍ଷାନୁଷ୍ଠାନର କର୍ତୃପକ୍ଷ ଏବଂ ନିର୍ବାଚନ ଅଧୂକାରୀମାନେ ଯୋଗଦେଇଥିଲେ। ବୈଠକରେ ନିର୍ବାଚନର ସୁଚାରୁ ରୂପେ ପରିଚାଳନା, ଶୃଙ୍ଖଳା ରକ୍ଷା, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ଏଡ଼ାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ନିର୍ବାଚନ ସମୟରେ ଅନୁସରଣ କରିବାକୁ ଥୂବା ନିୟମାବଳୀ ଏବଂ କରଣୀୟ ଓ ଅକରଣୀୟ ସମ୍ପର୍କରେ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ନିର୍ବାଚନ ଅଧୂକାରୀ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ନିର୍ବାଚନ ସମୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖୁବା, ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଏବଂ ଗଣ୍ଡଗୋଳ, ଧମକ କିମ୍ବା ଉତେଜନା ସୃଷ୍ଟିକାରୀ କାର୍ଯ୍ୟରୁ ଦୂରେଇ ରହିବାକୁ ପୋଲିସ ପକ୍ଷରୁ କୁହାଯାଇଥିଲା। ଏଥିସହ ନିର୍ବାଚନ ପରିଚାଳନା ସମୟରେ କୌଣସି ସମସ୍ୟା କିମ୍ବା । ଅଶାନ୍ତିର ଆଶଙ୍କା ଦେଖାଦେଲେ ତୁରନ୍ତି ପୋଲିସକୁ ଅବଗତ କରାଇବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ନିର୍ବାଚନ ଅଧୂକାରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଘଟଣାମୁବ୍ ଟଣାମୁକ୍ତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯିବ ।

ବୋଲି କେନ୍ଦୁଝର ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କିମ୍ବା ଆଇନଶୃଙ୍ଖଳା ଭଙ୍ଗ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ କର୍ତୃପକ୍ଷଙ୍କ ସହଯୋଗ କାମନା କରିଛନ୍ତି ଟାଉନ ଥାନା ଆଇଆଇ ଆଇସି ଶ୍ରୀକାନ୍ତି ସାହୁ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande