ସାପ୍ତାହିକ ଭାଗବତ ପାରାୟଣ ଉଦଯାପନ ପର୍ବ
କେନ୍ଦୁଝର, 11 ଅକ୍ଟୋବର (ହି.ସ.)ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଝାରପଲମ ପଞ୍ଚାୟତର ବିଜାହାଏନ ଗ୍ରାମ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଉଦ୍ ଯାପିତ ହୋଇ ଯାଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ପୂଜାରୀ ମହାରାଜ ଶରତ ହ
Weekly


କେନ୍ଦୁଝର, 11 ଅକ୍ଟୋବର (ହି.ସ.)ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଝାରପଲମ ପଞ୍ଚାୟତର ବିଜାହାଏନ ଗ୍ରାମ ଭାଗବତ ଟୁଙ୍ଗିରେ ସାପ୍ତାହିକ ଭାଗବତ ପାରାୟଣ ଉଦ୍ ଯାପିତ ହୋଇ ଯାଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ପୂଜାରୀ ମହାରାଜ ଶରତ ହୋତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ମୁଖ୍ୟ କର୍ତ୍ତା ସୁବାସ ଭୋଇ ମୁଖ୍ୟ କର୍ତ୍ତ୍ରୀ ମୀରା ଭୋଇଙ୍କ ସହଯୋଗରେ ପ୍ରଥମେ ସୂର୍ଯ୍ୟ ପୂଜା,ବୃନ୍ଦାବତୀ ପୂଜା ଓ ଗୁରୁ ପୂଜା ସମ୍ପନ୍ନ କରି ଭାଗବତ ଗାଦି ପୂଜାର୍ଚ୍ଚନା ପୂର୍ବକ ଦ୍ୱାଦଶ ସ୍କନ୍ଧ ଭାଗବତ ପାରାୟଣ ଆରମ୍ଭ କରାଗଲା ।ଗ୍ରାମର ଆବାଳ ବୃଦ୍ଧ ବନିତା ତଥା ଦୂରଦୂରାନ୍ତରୁ ଆସିଥିବା ଶତାଧିକ ଭାଗବତ ଭକ୍ତ ଏବଂ ଆଦାନୀ କୋଲ ମିନେରାଲ ଲିମିଟେଡର କର୍ମଚାରୀ ବୃନ୍ଦ ଶ୍ରଦ୍ଧାର ସହିତ ଭାଗବତ ଶ୍ରବଣ କରୁଥିଲେ।ପରିଶେଷରେ ଗୀତା ଯଜ୍ଞ କରାଯାଇ ଭାଗବତ ଯଜ୍ଞର ପୂର୍ଣ୍ଣାହୁତି ତଥା ହରିହାଟ କରାଯାଇ ଥିଲା।ଗୀତା ପାଠ କଲେ ଆଚାର୍ଯ୍ୟ ଦାଶରଥି ପ୍ରଧାନ।ଆଜିର କାର୍ଯ୍ୟକ୍ରମରେ ଦୁଃଖୁ ଭୋଇ, ହଳଧର ବିଶ୍ୱାଳ,ଡିଗ୍ରୀ ଭୋଇ, ଗିରିଧାରୀ ଶା,ହରିହର ଭୋଇ, ଲିଙ୍ଗରାଜ ଭୋଇ, ଜନକ ରାମ ମାଝୀ,ବେଣୁଧର ବିଶ୍ୱାଳ, ମୁକେଶ ମେହେର,ପଞ୍ଚାନନ ଭୋଇ, ଚକ୍ରଧର ବିଶ୍ୱାଳ,ଦଶରଥ ବିଶ୍ୱାଳ, ଲୋକେଶ୍ୱର ବିଶ୍ୱାଳ, ଭୀଷ୍ମ ଦେହେରୀ, ସଞ୍ଜୟ ଦେହେରୀ, ପୂର୍ଣ୍ଣ ଚନ୍ଦ୍ର କହଁର,ଭାଗବତିଆ ବଡେକ ଏବଂ ଚେତାବତି ଭୋଇ, ଟଭା ପ୍ରଧାନ, ଗୌରୀ ମେହେର, ଶ୍ରୀୟା ମାଝୀ, ଭଗବତୀ ଭୋଇ, ଉର୍ମିଳା ଭୋଇ, ରୋହିଣୀ ମେହେର ପ୍ରମୁଖ ମାତୃ ମଣ୍ଡଳୀ ଭକ୍ତ ବୃନ୍ଦ ସକ୍ରିୟ ସହ ଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande