ଗ୍ୟାସ ଟାଙ୍କି ଫାଟି ୭ଜଣ ଗୁରୁତର
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ଜଳିଖିଆ ଦୋକାନରେ ଗ୍ୟାସ ଟାଙ୍କି ଫାଟି ୭ଜଣ ଗୁରୁତର |ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି |ଏ ଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାର ରେ |ସୂଚନା ମୁତାବକ କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ
ଗ୍ୟାସ ଟାଙ୍କି ଫାଟି ୭ଜଣ ଗୁରୁତର


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)

ଜଳିଖିଆ ଦୋକାନରେ ଗ୍ୟାସ ଟାଙ୍କି ଫାଟି ୭ଜଣ ଗୁରୁତର |ଗୁରୁତରଙ୍କୁ ଉଦ୍ଧାର କରି କଟକ ହସ୍ପିଟାଲ ପଠା ଯାଇଛି |ଏ ଭଳି ଘଟଣା କଟକ ଜିଲ୍ଲାର ସାଲେପୁର ବ୍ଲକ ଜପକୁଦ ବଜାର ରେ |ସୂଚନା ମୁତାବକ କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ ଦିନବନ୍ଧୁ ବେହେରାଙ୍କ ଏକ ଜଳିଖିଆ ଦୋକାନ ଅଛି | ଏହି ଜଳଖିଆ ଦୋକାନରେ ହଠାତ ଗ୍ୟାସ ଟ୍ୟାଙ୍କି ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି |ଗୁରୁତର ମାନଙ୍କ ମଧ୍ୟରେ ଦୋକାନ ମାଲିକ ଦିନବନ୍ଧୁ ବେହେରା ଦୁଇ ଜଣ ମହିଳା ସୁହାନା ବିବି, ରିଆନା ବିବି ତାଙ୍କର ତିନି ବର୍ଷର ଏକ ଝିଅ ବୋଲି ଜଣା ପଡିଛି ଏ ପର୍ଯ୍ୟନ୍ତ ତିନି ଜଣଙ୍କ ପରିଚୟ ମିଳି ପାରିନାହିଁ | ସବୁ ଗୁରୁତରଙ୍କୁ କଟକ ହସ୍ପିଟାଲ ପଠା ଯାଇଛି |

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande