
ଧର୍ମଶାଳା, ୧୧ ଅକ୍ଟୋବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଅସହାୟ ଲୋକମାନଙ୍କୁ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆଜି ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ମାଧ୍ୟମରେ ବିଧାୟକ ଶ୍ରୀ ସାହୁ ବିଭିନ୍ନ ଅସହାୟ ଓ ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସହାୟତାର ହାତ ବଢାଇ ଚାଲିଛନ୍ତି। ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଏହି ଟ୍ରଷ୍ଟ ମାଧ୍ୟମରେ ଗରିବ ଓ ଅସହାୟ ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ଆସୁଛନ୍ତି। ଏହିକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ଟ୍ରଷ୍ଟର ସଦସ୍ୟମାନେ ସ୍ୱାମୀର ଦେହ ଅସୁସ୍ଥତ ଯୋଗୁ ପରିବାରରେ ଆର୍ôଥକ ପରିସ୍ଥିତି ଲାଗିରହିବା ଜାଣି ରାଇଛନ୍ଦା ପଂଚାୟତ ରାଇଛନ୍ଦା ଗ୍ରାମର ହିନା ମଳିକ, ଆର୍ôଥକ ଅନାଟନରେ ଦିନ ବିତାଉଥିବା ଏଣ୍ଡଳବା ପଂଚାୟତ ତେନ୍ତୋଳା ଗ୍ରାମର ରାଧା ଦେଉରୀ, ପାଠ ପଡିବାକୁ ଯିବା ଲାଗି ଝିଅର ସାଇକଲ ଆବଶ୍ୟକ ଥିବାରୁ ତାଳଜଙ୍ଗ ପଂଚାୟତ ତାଳଜଙ୍ଗ ଗ୍ରାମର ରବିନ୍ଦ୍ର ଦାସ, ବ୍ରହ୍ମପୁରରେ ଶାରୀରିକ ଶିକ୍ଷା ନେବା ଲାଗି ଆର୍ଥର ଆବଶ୍ୟକ ଥିବାରୁ ସଂପାରୁ ପଂଚାୟତ କାଦୁଅମାଗୁରା ଗ୍ରାମର ସତ୍ୟ ପ୍ରକାଶ ବାରିକ, ଉଚ୍ଚଶିକ୍ଷା ନିମନ୍ତେ କ୍ଷେତ୍ରପାଳ ପଂଚାୟତ ଗୋପାଳପୁର ଗ୍ରାମର ମାନସ ରଂଜନ ସାହୁ, ଉଚ୍ଚଶିକ୍ଷା ଲାଗି ଅରେଇକଣା ପଂଚାୟତ ଅରେଇକଣା ଗ୍ରାମର ମନିଶା ରାୟ,ଚିକିତ୍ସା ନିମନ୍ତେ ରସୁଲପୁର ପଂଚାୟତ ଖଣ୍ଡିତର ଗ୍ରାମର ପ୍ରଦୀପ କୁମାର କର, ମର୍ଜିତାପୁର ପଂଚାୟତ ନୁଆସାହି ଗ୍ରାମର ଅନାଥ ନିଖିଳ ନାଥଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି। ବିଧାୟକ ଶ୍ରୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କ ଘରେ ପହଁଚି ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି । ଅସହାୟ ଓ ଆର୍ôଥକ ଭାବେ ଅନଗ୍ରସର ଲୋକମଙ୍କୁ ଟ୍ରଷ୍ଟ ପକ୍ଷରୁ ଏଭଳି ସହାୟତା ଜାରି ରହିବ ବୋଲି ବିଧାୟକ ଶ୍ରୀ ସାହୁ ସୁଚନା ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ