
ଧର୍ମଶାଳା,୧୧ଅକ୍ଟୋବର(ହି.ସ.) - ଘରେ ଗ୍ୟାସ ସିଲିଣ୍ଡରୁ ନିଆଁ ଲାଗି ଯିବା ଫଳରେ ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ବାପା ମାଆ ଗୁରୁତର ହୋଇ ମୃତ୍ୟୁ ସହ ମେଡିକାଲରେ ସଂଗ୍ରାମ କରୁଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅରାବଳ ଗ୍ରାମରେ ।
ଏହି ଗ୍ରାମର ଅଭିରାମ ମଲ୍ଲିକ,ତାଙ୍କର ୫ ବର୍ଷୀୟ ସାନ ଝିଅ ପାପାଲି ଘରେ ଶୋଇଥିଲେ । ତେବେ ଅଭିଙ୍କ ପତ୍ନୀ ଘରେ ରୁଟି କରିବାକୁ ଯାଉଥିଲେ । ସ୍ୱାମୀ ଝିଅ ଶୋଇଥିବା ଘରେ ଗ୍ୟାସ ଲଗାଇବା ସମୟରେ ଗ୍ୟାସ ଟାଙ୍କି ବିସ୍ନୋରଣ ହୋଇଥିଲା । ତେବେ ଏହି ବିସ୍ପୋରଣରେ ଘରେ ନିଆଁମୟ ହୋଇ ଘର ଭିତରେ ଥିବା ସମୟ ଆସବାସ ପତ୍ରରେ ନିଆଁ ଲାଗି ଯାଇଥିଲା । ହେଲେ ଏହି ନିଆଁ ଦାଉରୁ କେହି ବର୍ତି ପାରି ନ ଥିଲେ। ତେବେ ସମ୍ପର୍କୀୟ ଓ ପଡୋଶୀମାନେ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ ମଧ୍ୟ ଘର ଭିତରୁ ସେମାନଙ୍କୁ ଉଦ୍ଧାର କରି ପାରି ନ ଥିଲେ । ତେବେ ନିଆଁର ପ୍ରକୋପ କମିଯିବା ପରେ ଘର ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତବେଳକୁ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା । ତେବେ ଅଭିରାମ ଓ ତାଙ୍କ ପତ୍ନୀ ତିଲୋତମାଙ୍କ ଶରୀର ୯୦ଭାଗ ପୋଡି ଯାଇଥିଲା । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ସେଠାରେ ଅଭି ଓ ତିଳୋତମାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି । ସେପେଟ ସେମାନଙ୍କୁ ଉଦ୍ଧାର କରିବା ସମୟରେ ଅଭିରାମଙ୍କ ବଡଭାଇ ଉତମ ଓ ପୁତୁରା ରୋହିତ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନୀଶମ ବାହିନୀ ଘଟଣାରେ ପଂହଚି ନିଆଁକୁ ଆୟତ କରିଥିଲେ । ଧର୍ମଶାଳା ପୁଲିସ ଘଟଣାର ତଦନ୍ତ ଜାରି ଥିବା ବେଳେ ଶିଶୁ କନ୍ୟାର ଶବକୁ ଜବତ କରି ଏକ ଅପମୃତ ମାମଲା ରୁଜୁ କରିଛି । ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ