ନିଆଳିରେ ନୂତନ ଗୋଶାଳାର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଲେ ପଶୁ ସଂପଦ ମନ୍ତ୍ରୀ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଆଜି ନିଆଳିର ନୂଆଗାଁ ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ନୂତନ ଗୋଶାଳାର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିଲେ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଭାରତୀ
ଗୋଶାଳା


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଆଜି ନିଆଳିର

ନୂଆଗାଁ ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ନୂତନ ଗୋଶାଳାର

ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିଲେ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ

ମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋମାତାଙ୍କ ସ୍ଥାନ ସର୍ବୋଚ୍ଚ।

ଗୋଶାଳା ପ୍ରତିଷ୍ଠା ମାଧ୍ୟମରେ ବେସାହାରା ଗୋବଂଶର ସୁରକ୍ଷା ତଥା ଯତ୍ନ ନେବା ପାଇଁ ଟ୍ରଷ୍ଟର

ଏହି ମହତ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।

ଏହି ଅବସରରେ ତାଙ୍କ ସହିତ ସାଂସଦ

ଶ୍ରୀ ବିଭୁ ପ୍ରସାଦ ତରାଇ, ବିଧାୟକ

ଶ୍ରୀ ଛବି ମଲ୍ଲିକ, ସ୍ଥାନୀୟ

ଜନପ୍ରତିନିଧି, ଟ୍ରଷ୍ଟର

କର୍ମକର୍ତ୍ତା ଏବଂ ବହୁ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande