ସାପ ଚୋଟରେ ଯୁବକର ମୃତ୍ୟୁ
ଜୟପୁର, ୧୧ ଅକ୍ଟୋବର (ହି.ସ.) - ସାପର ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ ମାଳିଡମ୍ବଗୁଡା ଗ୍ରାମର ସରୋଜ ହରିଜନ । ସୂଚନା ଅନୁଯାଇ ସରୋଜକୁ ରାତ୍ର ସମୟରେ କଙ୍ଗା ଗ୍ରାମର ରାସ୍ତା ନିକଟରେ ବିଷାକ୍ତ ସାପ ଚୋଟ ମାରିଥିଲା । ତାଙ୍କୁ ତୁରନ୍ତ ରାବଣାଗୁଡ
ସାପ ଚୋଟରେ ଯୁବକର ମୃତ୍ୟୁ


ଜୟପୁର, ୧୧ ଅକ୍ଟୋବର (ହି.ସ.) - ସାପର ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ବୋରିଗୁମ୍ମା ଥାନା ଅନ୍ତର୍ଗତ ମାଳିଡମ୍ବଗୁଡା ଗ୍ରାମର ସରୋଜ ହରିଜନ । ସୂଚନା ଅନୁଯାଇ ସରୋଜକୁ ରାତ୍ର ସମୟରେ କଙ୍ଗା ଗ୍ରାମର ରାସ୍ତା ନିକଟରେ ବିଷାକ୍ତ ସାପ ଚୋଟ ମାରିଥିଲା । ତାଙ୍କୁ ତୁରନ୍ତ ରାବଣାଗୁଡା ହସପିଟାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ମୃତ ଯୁବକକ ବାପା ପାକୁଲୁ ହରିଜନ ଜୟପୁର ସଦର ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛ । ଜିଲା ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande