ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର , 11 ଅକ୍ଟବୋର (ହି.ସ) ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ତାଙ୍କର ବଳିଦାନ ସମଗ୍ର ଦେଶର ଜନମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥ
ଜୟ ପ୍ରକାଶ


ଭୁବନେଶ୍ୱର , 11 ଅକ୍ଟବୋର (ହି.ସ) ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ତାଙ୍କର ବଳିଦାନ ସମଗ୍ର ଦେଶର ଜନମାନସରେ ଏକ ଅଭୂତପୂର୍ବ ଉତ୍ସାହ ଭରି ଦେଇଥିଲା ଏବଂ ତତ୍କାଳୀନ ରାଜନୈତିକ ସାମାଜିକ ପରିବେଶରେ ସଂଗ୍ରାମର ଏକ ନୂତନ ଆଲୋକ ଉନ୍ମେଷ ହୋଇଥିଲା । ଦେଶର ସ୍ୱାଧୀନତା ପାଇଁ ବାଜିରାଉତ ବୀରତ୍ୱର ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ତାହା ଓଡ଼ିଶା ଇତିହାସରେ ଚିର ଜାଜ୍ଜୁଲ୍ୟମାନ ରହିବ ।

ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜୀବନବ୍ୟାପୀ ସଂଗ୍ରାମ ତାଙ୍କୁ ଆଧୁନିକ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଥିଲେ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ଆଦର୍ଶର ଅନ୍ୟତମ ପ୍ରବକ୍ତା, ବିଚକ୍ଷଣ ରାଜନୀତିଜ୍ଞ ଓ ସାମାଜିକ ନ୍ୟାୟ ପାଇଁ ଅଙ୍ଗୀକାରବଦ୍ଧ ଜନନେତା । ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଦେଶର ଯୁବପିଢିକୁ ଜାଗ୍ରତ କରିଥିଲା । ଜୟପ୍ରକାଶ ନାରାୟଣଙ୍କ ଜୀବନ ଆମକୁ ଶିଖାଏ ଯେ ସତ୍ୟ, ନୀତି ଓ ସେବା ହିଁ ସର୍ବୋତ୍କୃଷ୍ଟ ରାଜଧର୍ମ ।

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଶହୀଦ ବାଜି ରାଉତ ମେମୋରିଆଲ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଅମର ଶହୀତ ବାଜି ରାଉତଙ୍କ ଶ୍ରାଦ୍ଧଦିବାସ ପାଳନ ଅବସରରେ ବିଧାନସଭା ପାଶ୍ୱର୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଫାଉଣ୍ଡେସନ୍ର ସଭାପତି ଡ. କୃଷ୍ଣଚନ୍ଦ୍ର ଆଇଚି, ସମ୍ପାଦକ ଶ୍ରୀ କିଶୋର କୁମାର ମିଶ୍ର, ପୂଜ୍ୟପୂଜା ସଂସଦର ସଭାପତି ଶ୍ରୀ ପ୍ରଦୁ୍ୟମ୍ନ ଶତପଥୀ, ଶ୍ରୀ ଗିରିଜା ଶଙ୍କର ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ବାଜି ରାଉତ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥି ସହିତ ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ ଛକ ନିକଟରେ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ ।

ସେହିପରି ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଲୋକନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ବିଭାଗର ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande