ବିପର୍ଯ୍ୟୟ ବିପଦ ହ୍ରାସ ଦିବସରେ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନର ସଂକଳ୍ପ ଦୋହରାଇଲେ ମୁଖ୍ୟମନ୍ତ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୩ ଅକ୍ଟୋବର (ହି.ସ.)। ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଅବସରରେ ଓଡ଼ିଶାକୁ ବିପର୍ଯ୍ୟୟର ମୁକାବିଲା ପାଇଁ ଅଧିକ ସକ୍ଷମ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପର୍ଯ୍ୟୟର ମୁକ
ବିପର୍ଯ୍ୟୟ


ଭୁବନେଶ୍ୱର, ୧୩

ଅକ୍ଟୋବର (ହି.ସ.)। ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଅବସରରେ ଓଡ଼ିଶାକୁ

ବିପର୍ଯ୍ୟୟର ମୁକାବିଲା ପାଇଁ ଅଧିକ ସକ୍ଷମ ଓ ସୁରକ୍ଷିତ କରିବା ନିମନ୍ତେ ରାଜ୍ୟର

ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିପର୍ଯ୍ୟୟର ମୁକାବିଲା ପାଇଁ

ପ୍ରସ୍ତୁତିକୁ ସୁଦୃଢ଼ କରିବା, ଜନସଚେତନତା ବୃଦ୍ଧି କରିବା ଏବଂ ସାମୂହିକ ପ୍ରୟାସ ଉପରେ ସେ

ଗୁରୁତ୍ୱାରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ସୋସିଆଲ

ମିଡିଆରେ ନିଜର ବାର୍ତ୍ତା ଦେଇ କହିଛନ୍ତି ଯେ ଏହି ଅବସରରେ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନ

ପାଇଁ ସମସ୍ତେ ନିଜର ସଂକଳ୍ପକୁ ଆହୁରି ଦୃଢ଼ କରିବା ଉଚିତ। ପ୍ରତ୍ୟେକ ଆହ୍ୱାନର ସାହସ ଓ ଉତ୍ତମ

ସମନ୍ୱୟ ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତିକୁ ସୁଦୃଢ଼ କରିବା, ଲୋକଙ୍କ

ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ସାମୂହିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି

ସେ କହିଛନ୍ତି।

ବିପର୍ଯ୍ୟୟ ପରିଚାଳନା

କ୍ଷେତ୍ରରେ ସତର୍କତା, ସମନ୍ୱୟ ଓ ଜନଭାଗୀଦାରୀର ଗୁରୁତ୍ୱକୁ ମୁଖ୍ୟମନ୍ତ୍ରୀ ରେଖାଙ୍କିତ

କରିଛନ୍ତି। ବିପର୍ଯ୍ୟୟର ପ୍ରଭାବରୁ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ସାମୂହିକ ପ୍ରୟାସ

ଅପରିହାର୍ଯ୍ୟ ବୋଲି ସେ ଗୁରୁତ୍ୱ ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଓଡ଼ିଶାର

ବାତ୍ୟାପ୍ରବଣ ଉପକୂଳବର୍ତ୍ତୀ ଅଞ୍ଚଳଠାରୁ ଆରମ୍ଭ କରି ବନ୍ୟାପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳ

ପର୍ଯ୍ୟନ୍ତ, ଜୀବନର ସୁରକ୍ଷା ଏବଂ ଜୀବିକାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ

ବିପର୍ଯ୍ୟୟ ସହନଶୀଳତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ

ଦିବସ ଅବସରରେ, ଆସନ୍ତୁ ବିପର୍ଯ୍ୟୟର ଆଗୁଆ ଆକଳନ, ସମ୍ପ୍ରଦାୟସ୍ତରୀୟ

ପ୍ରସ୍ତୁତି ଏବଂ ଜଳବାୟୁ-ସହନଶୀଳ ବିକାଶର ସଂସ୍କୃତିକୁ ଆଗେଇ ନେଇ ଏକ ସୁରକ୍ଷିତ ଓଡ଼ିଶା ଗଠନ

କରିବା।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ସିଂହଦେଓ ଏକ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି ସଚେତନତା ଓ ସାମୂହିକ

ପଦକ୍ଷେପରୁ ଆରମ୍ଭ ହୋଇଥାଏ। ଅନ୍ତର୍ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଅବସରରେ, ଆସନ୍ତୁ ଆମର ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା, ବିପଦକୁ ହ୍ରାସ କରିବା ଏବଂ ଏକ ସୁରକ୍ଷିତ ଆସନ୍ତାକାଲି ପାଇଁ

ବିପର୍ଯ୍ୟୟ-ସହନଶୀଳ ସମୁଦାୟ ଗଠନ କରିବା।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ୧୯୯୯ ମହାବାତ୍ୟା ପରଠାରୁ, ଓଡ଼ିଶା

ସାହସ ଓ ଦୃଢ଼ ସଂକଳ୍ପର ସହ ପ୍ରକୃତିର ପ୍ରଳୟଙ୍କରୀ ରୂପର ସାମ୍ନା କରିଆସିଛି। ଏହାର ମୂଳମନ୍ତ୍ର

ହେଉଛି—ପ୍ରତ୍ୟେକ ଜୀବନ ଅମୂଲ୍ୟ।

ବିପର୍ଯ୍ୟୟ ପ୍ରତି

ଅସୁରକ୍ଷିତ ସ୍ଥିତିରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ନେତୃତ୍ୱ ହାସଲ କରିବା

ପର୍ଯ୍ୟନ୍ତ ଓଡ଼ିଶାର ରୂପାନ୍ତରଣ କେବଳ ବ୍ୟବସ୍ଥାର ବିକାଶର କାହାଣୀ ନୁହେଁ; ବରଂ

ଲୋକଙ୍କ ପ୍ରତି ଅଟଳ ଧ୍ୟାନ, ସୁଚିନ୍ତିତ ଯୋଜନା ଓ ଦୃଢ଼ ଉଦ୍ଦେଶ୍ୟ ହିଁ ଓଡ଼ିଶାକୁ ଅସୁରକ୍ଷିତ

ସ୍ଥିତିରୁ ଉଠାଇ ବିପର୍ଯ୍ୟୟ ସହନଶୀଳତାର ଏକ ଉଜ୍ଜ୍ୱଳ ଉଦାହରଣରେ ପରିଣତ କରିଛି। ଅନ୍ତର୍ଜାତୀୟ

ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ଅବସରରେ,

ଆସନ୍ତୁ ପ୍ରତ୍ୟେକ ଅମୂଲ୍ୟ ଜୀବନର ସୁରକ୍ଷା ପାଇଁ ଓଡ଼ିଶାର

ସୁପରିଚିତ ବିପର୍ଯ୍ୟୟ ସହନଶୀଳତା ଓ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande