
ଝାରସୁଗୁଡ଼ା, ୧୩ ଅକ୍ଟୋବର (ହି.ସ.)- ଲୋଇସିଂହା ପଞ୍ଚାୟତ ଅନ୍ତର୍ଗତ ନବ ପଲ୍ଲି ହାଇସ୍କୁଲରେ ମେରା ୟୁବା ଭାରତ ଝାରସୁଗୁଡ଼ା ଦ୍ଵାରା ଅନ୍ତର୍ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଆଜି ପାଳିତ ହୋଇଯାଇଛି। ଭବିଷ୍ୟତରେ କିପରି ଆପଦା ପ୍ରବନ୍ଧନ ଦ୍ୱାରା ନିଜର ଏବଂ ଅନ୍ୟ ମାନଙ୍କ ଜୀବନ ନଷ୍ଟ ନ ହେବ ସେଥିପାଇଁ ଆପଦା ମିତ୍ର ଲିଜା ନାଏକ, ତପନ ସାହୁ, ଦୀପା ଓରାମ, ମୃତ୍ୟୁଞ୍ଜୟ କିଷାନ୍ ଏକ ତାଲିମ ପ୍ରଦାନ କରିଥିଲେ। ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୁବ ସ୍ଵେଚ୍ଛାସେବୀ ପ୍ରକାଶ ପ୍ରଧାନ ଯୋଗଦେଇ ଯୁବକମାନଙ୍କୁ କୃତ୍ରିମ ଆପଦାରୁ ନିଜକୁ କିପରି ରକ୍ଷା କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବେ। ଯୁବକମାନେ ଗାଁରେ ଲାଗୁଥିବା ନିଆଁକୁ କିପରି ରୋକିବା, ସଚେତନତା ଦ୍ୱାରା, ପରିବେଶ, ଜଳ, ବାୟୁର ମହତ୍ତ୍ୱ ବିଷୟରେ ବାରମ୍ବାର ଅବଗତ କରାଇ ପରମବୈଭବ ରାଷ୍ଟ୍ର ଗଠନ ନିମନ୍ତେ ପ୍ରେରଣା ଯୋଗାଇଥିଲେ । ସ୍ଵୟଂସେବକ ମାନଙ୍କ ଦ୍ୱାରା ଦେଶରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଧାନ ଶିକ୍ଷକ ଆଲୋକ ବନ୍ଧୁ ପଟେଲ ଆହ୍ୱାନ ଦେଇଥିଲେ।
ଶେଷରେ ମାଇଁ ଭାରତ ଝାରସୁଗୁଡ଼ାର ଯୁବ ସ୍ଵେଚ୍ଛାସେବୀ ଆସିତା ସା ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ