ପିଏମ୍ ଶ୍ରୀ ସରକାରୀ ଅପଗ୍ରେଡ଼ ହାଇସ୍କୁଲ ଏମଭି ୬୮ପରିସରରେ ଛାତ୍ର ସଂସଦ କାର୍ଯ୍ୟକ୍ରମ
ମାଲକାନଗିରି, ୧୩ ଅକ୍ଟୋବର (ହି.ସ.)- କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଅପଗ୍ରେଡ଼ ହାଇସ୍କୁଲ ଏମ ଭି ୬୮ପରିସରରେ ଆଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସଦୀୟ କାର୍ଯ୍ୟଧାରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ
ପିଏମ୍ ଶ୍ରୀ ସରକାରୀ ଅପଗ୍ରେଡ଼ ହାଇସ୍କୁଲ ଏମ ଭି ୬୮ପରିସରରେ ଛାତ୍ର ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି, ୧୩ ଅକ୍ଟୋବର (ହି.ସ.)- କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଅପଗ୍ରେଡ଼ ହାଇସ୍କୁଲ ଏମ ଭି ୬୮ପରିସରରେ ଆଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସଂସଦୀୟ କାର୍ଯ୍ୟଧାରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ 'ଛାତ୍ର ସଂସଦ' (ମକ ପାର୍ଲିଆମେଣ୍ଟ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଦେଶର ସଂସଦୀୟ ବ୍ୟବସ୍ଥାର ଏକ ଜୀବନ୍ଧ ରୂପାୟନ ପ୍ରଦର୍ଶନ କରିଥିଲେ।

ସଂସଦର ନିୟମ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଶାସକ ଦଳ, ବିରୋଧୀ ଦଳ, ବାଚସ୍ପତି ଏବଂ ସଂସଦୀୟ ସଚିବଙ୍କ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶାସକ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ବିଭାଗର ମନ୍ତ୍ରୀ ଭୂମିକାରେ ଥିବା ଛାତ୍ରଛାତ୍ରୀମାନେ ଦେଶର ବିକାଶ ଓ ନୂତନ ଯୋଜନା ବିଷୟରେ ଆଲୋଚନା କରିଥିବା ବେଳେ, ବିରୋଧୀ ଦଳର ନେତା ଓ ସଦସ୍ୟମାନେ ଜନସାଧାରଣଙ୍କ ସମସ୍ୟାକୁ ନେଇ ଗୃହରେ ପ୍ରଶ୍ନବାଣ କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା 'ପ୍ରଶ୍ନକାଳ' । ଏଥିରେ ବିରୋଧୀ ଦଳ ପକ୍ଷରୁ ଶିକ୍ଷା ନୀତି, ସ୍ବାସ୍ଥ୍ୟ ସେବା ଏବଂ ପରିବେଶ ସୁରକ୍ଷା ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରାଯାଇଥିଲା। ଅପରପକ୍ଷରେ, ଶାସକ ଦଳର ମନ୍ତ୍ରୀମାନେ ଅତ୍ୟନ୍ତ ଧୈର୍ଯ୍ୟ ଓ ଦାୟିତ୍ବବାନ ଭାବେ ସମସ୍ତ ପ୍ରଶ୍ନର ଉତ୍ତର ରଖୁଥିଲେ। ବାଚସ୍ପତିଙ୍କ ଭୂମିକାରେ ଥିବା ଛାତ୍ର ଗୃହର ଶୃଙ୍ଖଳା ରକ୍ଷା କରିବାରେ ସଫଳ ହୋଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଥେରେସା ଫୁଲମଣୀ ହାସନ୍ଧା ଏବଂ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ଯେ, ଏଭଳି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା, ସର୍ବସାଧାରଣରେ ଭାଷଣ ଦେବାର କଳା ଏବଂ ଗଣତନ୍ତ୍ର ପ୍ରତି ସମ୍ମାନ ବୃଦ୍ଧି ପାଇବ। ଉପସ୍ଥିତ ଅଭିଭାବକ ଓ ଅତିଥିମାନେ ପିଲାମାନଙ୍କର ଏହି ଚମତ୍କାର ଅଭିନୟ ଏବଂ ଜ୍ଞାନକୁ ବେଶ୍ ପ୍ରଶଂସା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande