ନବରାତ୍ରୀର ପଞ୍ଚମ ଦିନରେ ମା' ସମଲେଶ୍ଵରୀଙ୍କ ସ୍କନ୍ଦମାତା ବେଶ
ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ଶାରଦୀୟ ନବରାତ୍ରରେ ସମସ୍ତ ଦେବୀ ପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ବଲାଙ୍ଗିରର ମା'' ସମଲେଶ୍ୱରୀ, ପାଟଣେଶ୍ୱରୀ, ଦୂର୍ଗା ମନ୍ଦିର ସମେତ ସମସ୍ତ ଚଣ୍ଡୀ ମନ୍ଦିରରେ ଆଜି ପଞ୍ଚମୀ ପୂଜା ଚାଲିଛି। ପବିତ୍ର ଶାରଦୀୟ ନବରାତ୍ରୀର ପଞ୍ଚମ ଦିନରେ ପଶ୍ଚିମ ଓଡ଼ିଶାର ଅଧିଷ୍
ନବରାତ୍ରୀ ର ପଞ୍ଚମ ଦିନରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ  ସ୍କନ୍ଦମାତା ବେଶରେ ଦର୍ଶନ ଦେଇଛନ୍ତି

ବଲାଙ୍ଗିର, ୧୫ ଅକ୍ଟୋବର (ହି.ସ.)- ଶାରଦୀୟ ନବରାତ୍ରରେ ସମସ୍ତ ଦେବୀ ପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ବଲାଙ୍ଗିରର ମା' ସମଲେଶ୍ୱରୀ, ପାଟଣେଶ୍ୱରୀ, ଦୂର୍ଗା ମନ୍ଦିର ସମେତ ସମସ୍ତ ଚଣ୍ଡୀ ମନ୍ଦିରରେ ଆଜି ପଞ୍ଚମୀ ପୂଜା ଚାଲିଛି।

ପବିତ୍ର ଶାରଦୀୟ ନବରାତ୍ରୀର ପଞ୍ଚମ ଦିନରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ଭକ୍ତମାନଙ୍କୁ ସ୍କନ୍ଦମାତା ବେଶରେ ଦିବ୍ୟ ଦର୍ଶନ ଦେଇଛନ୍ତି ।

ମା' ଦୁର୍ଗାଙ୍କ ପଞ୍ଚମ ସ୍ୱରୂପ ହେଉଛନ୍ତି ମା' ସ୍କନ୍ଦମାତା, ଯିଏ ଭଗବାନ କାର୍ତ୍ତିକେୟ (ସ୍କନ୍ଦ)ଙ୍କ ମାତା ଅଟନ୍ତି । ମା'ଙ୍କର ଏହି ମାତୃରୂପ ଭକ୍ତମାନଙ୍କୁ ଧୈର୍ଯ୍ୟ, ଅପାର ଶକ୍ତି, ସନ୍ତାନ ସୁଖ ଓ ଶାନ୍ତି ପ୍ରଦାନ କରିଥାଏ । ଏହି ବିଶେଷ ଦିନରେ ବଲାଙ୍ଗିର, ବରଗଡ଼ ଓ ତୁଷୁରା ଆଦି ସମସ୍ତ ସମଲେଶ୍ୱରୀ ପୀଠରେ ମା'ଙ୍କୁ ସ୍କନ୍ଦମାତା ରୂପରେ ସଜ୍ଜିତ କରାଯାଇ ସ୍ୱତନ୍ତ୍ର ଚଣ୍ଡୀପାଠ ଏବଂ ହୋମ- ଯଜ୍ଞ କରାଯାଉଛି । ଶାସ୍ତ୍ର ଅନୁଯାୟୀ, ଏହି ଦିନ ମା'ଙ୍କ ପୂଜାରେ ହଳଦିଆ ରଙ୍ଗ ବ୍ୟବହାର ହୁଏ ଏବଂ ମା'ଙ୍କୁ କଦଳୀ କିମ୍ବା ହଳଦିଆ ସ୍ୱୀଟ୍ସ ଭୋଗ ଲଗାଯାଇଥାଏ ।

ନବରାତ୍ରୀ ଅବସରରେ ମା'ଙ୍କର ଏହି ମନୋରମ ସ୍କନ୍ଦମାତା ବେଶ ଦର୍ଶନ କରିବା ପାଇଁ ସମସ୍ତ ସମଲେଶ୍ୱରୀ ମନ୍ଦିରରେ ହଜାର ହଜାର ଭକ୍ତଙ୍କର ପ୍ରବଳ ସମାଗମ ହୋଇ ଥାଏ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande