ରାଜ୍ୟର ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଜାରି
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ.)। ରାଜ୍ୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ମତଦାନ ଜାରି ରହିଛି। ଏଥିରେ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ ସାମିଲ ଅଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ଣ ୨ଟା ପର୍ଯ୍ୟନ
ରାଜ୍ୟର ୩୫୯ଟି     ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଜାରି


ଭୁବନେଶ୍ୱର, ୧୫

ଅକ୍ଟୋବର (ହି.ସ.)। ରାଜ୍ୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ପାଇଁ ୩୫୯ଟି

ଉଚ୍ଚଶିକ୍ଷାନୁଷ୍ଠାନରେ ମତଦାନ ଜାରି ରହିଛି। ଏଥିରେ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ

ସାମିଲ ଅଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ଏବଂ ଏହା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ।

ଭୋଟ୍ ଗଣତି ପରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ହେବାର ସମ୍ଭାବନା

ରହିଛି।

ନାମାଙ୍କନପତ୍ର ଯାଞ୍ଚ ଓ

ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏଥିମଧ୍ୟରେ କଲେଜ

ସ୍ତରରେ ୬,୫୩୩ ଜଣ

ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୩୫୮ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ମୋଟ

ପ୍ରାର୍ଥୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୪୫.୨ ପ୍ରତିଶତ ରହିଛି।

କଲେଜ ସ୍ତରରେ ସଭାପତି ପଦ

ପାଇଁ ୮୨୮ ଜଣ, ଉପସଭାପତି ପଦ ପାଇଁ ୬୯୭ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୫୯୩ ଜଣ

ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

ରାଜ୍ୟର ବିଭିନ୍ନ କଲେଜ ଓ

ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ନିଜ ମତାଧିକାର ପ୍ରୟୋଗ କରି ଛାତ୍ର ସଂସଦର

ବିଭିନ୍ନ ପଦବୀ ପାଇଁ ପ୍ରତିନିଧି ଚୟନ କରୁଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ

କରିବା ଏବଂ କୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ

ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଅପରାହ୍ଣ ୨ଟାରେ ମତଦାନ ଶେଷ

ହେବା ପରେ ଭୋଟ୍ ଗଣତି ଆରମ୍ଭ ହେବ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ ଫଳାଫଳ ଘୋଷଣା ହେବ

ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande