
ଭୁବନେଶ୍ୱର, ୧୫ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ସର୍ବାଧିକ ୫୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୪୭.୫ ମି.ମି., ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ୪୦.୦ ମି.ମି., ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୩୮.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୩୫.୦ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୩୪.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୩୨.୦ ମି.ମି., ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୩୦.୪ ମି.ମି., ବେଲଗୁଣ୍ଠାରେ ୨୩.୦ ମି.ମି., ଅନୁଗୁଳ ଜିଲ୍ଲାର କଣିହାଁରେ ୨୧.୪ ମି.ମି., ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ ୧୭.୫ ମି.ମି., ଗଞ୍ଜାମରେ ୧୬.୪ ମି.ମି. ଏବଂ ଛତ୍ରପୁରରେ ୧୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ