
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ଆନ୍ତର୍ଜାତୀୟ
ଗ୍ରାମୀଣ ମହିଳା ଦିବସରେ ମହିଳାଙ୍କ ଶକ୍ତିକୁ ସମ୍ମାନ ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ସମାଜ ଓ
ଅର୍ଥନୀତିର ବିକାଶରେ ଗ୍ରାମାଞ୍ଚଳର ମହିଳାମାନଙ୍କର ଅବଦାନ ଅତୁଳନୀୟ। କୃଷି କାର୍ଯ୍ୟଠାରୁ
ଆରମ୍ଭ କରି ପରିବାର ପ୍ରତିପୋଷଣ ଏବଂ ଗ୍ରାମାଞ୍ଚଳର ଉନ୍ନତି ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ
ସେମାନଙ୍କର ପରିଶ୍ରମ ପ୍ରଶଂସନୀୟ। ଆସନ୍ତୁ ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ ଅବସରରେ
ସେମାନଙ୍କର ସଶକ୍ତିକରଣ, ଅଧିକାର
ଏବଂ ସମ୍ମାନକୁ ପ୍ରାଥମିକତା ଦେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା