କୋଲାବିରା, ଲଇକେରାରେ ସିଭିଲ ଜଜ୍ ନିଯୁକ୍ତ
New-jugge-appointed-Kolabira-
କୋଲାବିରା, ଲଇକେରାରେ ସିଭିଲ ଜଜ୍ ନିଯୁକ୍ତ


ଝାରସୁଗୁଡ଼ା ୧୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କେଲାବିରା ଓ ଲଇକେରାରେ ନୂତନ କୋର୍ଟ ଆରମ୍ଭ ହେବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଉଭୟ ବ୍ଳକ ସଦର ମହକୁମାରେ ଆରମ୍ଭ ହେବାକୁ ଥିବା କୋର୍ଟ ପାଇଁ ବୁଧବାର ଓଡ଼ିଶା ହାଇକୋର୍ଟ ପକ୍ଷରୁ ନୂତନ ସିଭିଲ ଜଜ୍ (ଜୁନିୟର ଡିଭିଜନ) କମ୍ -ଜେଏମଏଫସି ନିଯୁକ୍ତ କରାଯାଇଛି। ନୂତନ ଆଦେଶ ଅନୁସାରେ ପବିତ୍ର ମୋହନ ପଣ୍ଡାଙ୍କୁ ଲଇକେରା ବ୍ଳକ ଓ ଦେବାଶିଷ ମିଶ୍ରଙ୍କୁ କୋଲାବିରା କୋର୍ଟରେ ଜଜ୍ ଭାବରେ ହାଇକୋର୍ଟ ପକ୍ଷରୁ ନିଯୁକ୍ତ କରାଯାଇଛି।

ସୂଚନା ଥାଉକି, ଉଭୟ ବ୍ଳକରେ ନୂତନ କୋର୍ଟ ଘର ଦୀର୍ଘ ୧ ବର୍ଷ ହେଲା ନିର୍ମାଣ ହୋଇଛି। ନୂତନ ଜଜ୍ଙ୍କ ନିଯୁକ୍ତି ସହ କୋର୍ଟ ଆରମ୍ଭ ନେଇ ଜନସାଧାରଣ ଅପେକ୍ଷାରେ ଥିଲେ। ନୂତନ କୋର୍ଟ ଆରମ୍ଭ ପାଇଁ ଜଜ୍ ନିଯୁକ୍ତ ପରେ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande