ନବରାତ୍ରର ପଂଚମ ଦିବସରେ ମା ସମଲେଶ୍ଵରୀଙ୍କ ସ୍କନ୍ଦମାତା ବେଶ
ବରଗଡ଼, ୧୫ ଅକ୍ଟୋବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କ
ନବରାତ୍ରର ପଂଚମ ଦିବସରେ ମା ସମଲେଶ୍ଵରୀଙ୍କ ସ୍କନ୍ଦମାତା ବେଶ


ବରଗଡ଼, ୧୫ ଅକ୍ଟୋବର (ହି.ସ.)- ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା’ ସମଲେଶ୍ୱରୀଙ୍କୁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ଗୁରୁବାର ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପଂଚମୀ ତିଥିରେ ମା’ ସମଲେଶ୍ୱରୀଙ୍କ ସ୍କନ୍ଧମାତା ବେଶ ଅନୁଷ୍ଠିତ ହୋଇଛି । ମା’ଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଭକ୍ତମାନେ ଯେପରି ସୁବିଧାରେ ମା ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ପ୍ରକାଶ ଥାଉକି, ୧୧ ତାରିଖରେ ମାଙ୍କ ଶୈଳପୁତ୍ରୀ ବେଶ, ୧୨ ତାରିଖରେ ବ୍ରହ୍ମଚାରିଣୀ ବେଶ, ୧୩ ତାରିଖରେ ମା ସମଲେଶ୍ୱରୀଙ୍କ ଚନ୍ଦ୍ରଘଣ୍ଟା ବେଶ ଏବଂ ୧୪ ତାରିଖରେ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande