ନବରାତ୍ରୀର ପଞ୍ଚମ ଦିବସରେ ଦେବୀ ସ୍କନ୍ଦମାତାଙ୍କୁ ପ୍ରଣାମ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ନବରାତ୍ରୀର ପଞ୍ଚମ ଦିବସରେ ଦେବୀ ସ୍କନ୍ଦମାତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବରାତ୍ରୀର ପଞ୍ଚମ
ସ୍କନ୍ଦମାତା


ଭୁବନେଶ୍ୱର, 15 ଅକ୍ଟୋବର (ହି.ସ.)- ନବରାତ୍ରୀର

ପଞ୍ଚମ ଦିବସରେ ଦେବୀ ସ୍କନ୍ଦମାତାଙ୍କୁ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

।

ସୋସିଆଲ ମିଡିଆ ଏକ୍ସରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନବରାତ୍ରୀର ପଞ୍ଚମ

ଦିବସରେ ଦେବୀ ସ୍କନ୍ଦମାତାଙ୍କୁ କୋଟି କୋଟି ପ୍ରଣାମ। ମା' ସ୍କନ୍ଦମାତା ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ ଏବଂ ସୁଖ,ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତାରେ କହିଛନ୍ତି ଯେ, ନବରାତ୍ରୀର ପଞ୍ଚମ ଦିନରେ ଜଗତଜନନୀ ମା

ସ୍କନ୍ଦମାତାଙ୍କୁ ମୋର ଭକ୍ତିପୂତ ପ୍ରଣାମ। ଯୋଗ,

ଜ୍ଞାନ ଏବଂ ମାତୃତ୍ୱର ପ୍ରତୀକ ମା ସ୍କନ୍ଦମାତା ସମସ୍ତଙ୍କୁ ସାହସ, ଶକ୍ତି ଓ

ଆଶୀର୍ବାଦ ପ୍ରଦାନ କରନ୍ତୁ।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

କହିଛନ୍ତି ଯେ, ମା’ ଭଗବତୀଙ୍କ ପଞ୍ଚମ ସ୍ୱରୂପ ମା’ ସ୍କନ୍ଦମାତାଙ୍କ ଶ୍ରୀଚରଣରେ କୋଟି କୋଟି

ପ୍ରଣାମ। ମା’ଙ୍କ କୃପାରୁ ସମସ୍ତ ଭକ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସୁଖସମୃଦ୍ଧିର ସଞ୍ଚାର ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande