ଏଲ୍ ଆଣ୍ଡ୍ ଟି କାର୍ଯ୍ୟକ୍ଷେତ୍ର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଲ୍ ଆଣ୍ଡ୍ ଟି ର କାର୍ଯ୍ୟକ୍ଷେତ୍ର ପରିଦର୍ଶନ କରି କମ୍ପାନୀର ପ୍ରମୁଖ ପ୍ରକଳ୍ପ ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଏସ୍.ଏନ୍. ସୁବ୍ରମ
lt


ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଲ୍ ଆଣ୍ଡ୍ ଟି ର କାର୍ଯ୍ୟକ୍ଷେତ୍ର ପରିଦର୍ଶନ କରି କମ୍ପାନୀର ପ୍ରମୁଖ ପ୍ରକଳ୍ପ ଓ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ଏସ୍.ଏନ୍. ସୁବ୍ରମଣ୍ୟନ୍ ମୁଖ୍ୟମନ୍ତ୍ରୀଙ୍କୁ କମ୍ପାନୀର ବିଶ୍ୱବ୍ୟାପୀ ଉପସ୍ଥିତି, କାର୍ଯ୍ୟପରିଚାଳନା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଏଲ୍ ଆଣ୍ଡ୍ ଟିରେ କାର୍ଯ୍ୟରତ ଓଡ଼ିଆ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏଥିସହ କମ୍ପାନୀର ବିଭିନ୍ନ ଗ୍ରୁପ୍ ର ମୁଖ୍ୟମାନଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶର ସମ୍ଭାବନା ଓ ଭବିଷ୍ୟତରେ ସହଯୋଗ ସମ୍ପର୍କରେ ବିଚାରବିମର୍ଶ କରିଥିଲେ।

ରାଜ୍ୟର ଶିଳ୍ପଭିତିଭୂମିକୁ ସୁଦୃଢ଼ କରିବା ସହ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande