
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ଭୁବନେଶ୍ୱରର ଏକ ହୋଟେଲ ଠାରେ ଆୟୋଜିତ ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ ୨୦୨୬ରେ ଯୋଗଦେଇଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଆମ ସରକାରଙ୍କର ବିଭିନ୍ନ ନୀତି ଓ ପଦକ୍ଷେପକୁ ବାସ୍ତବ ରୂପ ଦେବାରେ ହୋଟେଲ ଓ ହସ୍ପିଟାଲିଟି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସେ ମତ ରଖିଥିଲେ।
ଆଡଭେଂଚର ଟୁରିଜିମ୍ ଓ ହୋମ୍ ଷ୍ଟେ ଭଳି ନୂତନ ପଦକ୍ଷେପ ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଦିଗ ଦେଉଛି । ସମସ୍ତଙ୍କ ସହଯୋଗରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡା କହିଥିଲେ।
ଏହି କାର୍ଯ୍ୟକ୍ରମରେ ଏକାମ୍ର (ଭୁବନେଶ୍ୱର)ର ବିଧାୟକ ଶ୍ରୀ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା