
୨୫ରେ ଅବପାତ ଓ ୨୬ ତାରିଖ
ସକାଳ ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ) - ବଙ୍ଗୋପସାଗରରେ
ଘନୀଭୂତ ହେଉଛି ଲଘୁଚାପ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ
ବଙ୍ଗୋପସାଗର ତଥା ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ, ଆଜି ୨୩ ଅକ୍ଟୋବର, ୨୦୨୬
ସକାଳ ୦୫:୩୦ ଟା ସମୟରେ ଦକ୍ଷିଣ-ପୂର୍ବ ଏବଂ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର
ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସେହି ଅଞ୍ଚଳରେ ରହି ୨୪ ଅକ୍ଟୋବର,
୨୦୨୬ ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ 'ଅବପାତ'
ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ, ଏହା
ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଏବଂ ୨୫ ଅକ୍ଟୋବରରେ ଏକ 'ଗଭୀର
ଅବପାତ' ରେ ପରିଣତ ହେବାର ସମ୍ଭାବନା ରହିଛି। ୨୬ ଅକ୍ଟୋବର ସକାଳ
ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ 'ବାତ୍ୟା'
ରେ ପରିଣତ ହେବାର ପ୍ରବଳ ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨ ଦିନ ମଧ୍ୟରେ
ଆହୁରି ଅଧିକ ଶକ୍ତିଶାଳୀ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଏହା
ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା