
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ଲୋଇସିଂହା ବ୍ଲକ୍ ର ବୁଢ଼ୀପଦର ଗ୍ରାମଠାରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୫ କୋଟି ଟଙ୍କା ବ୍ୟୟବରାଦରେ ମୋଟ ୩୩ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଯେଉଁଥିରେ ୩୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୧୯ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଥିବାବେଳେ, ୩୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ୧୩ଟି ନୂତନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମାଂଚଳର ଭିତିଭୂମିର ବିକାଶ, ଯୋଗାଯୋଗର ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। ଏହି ପ୍ରକଳ୍ପଗୁଡ଼ିକ ଲୋଇସିଂହାବାସୀଙ୍କ ଜୀବନଧାରାରେ ଏକ ନୂତନ ପରିବର୍ତନ ଆଣିବ। ଏହି କାର୍ଯ୍ୟକ୍ରମରେ ସରପଂଚ,ଜିଲ୍ଲାପ୍ରଶାସନ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା