ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବଡ଼ଚଣା ଆର୍ ଆଣ୍ଡ୍ ବି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ଗିରଫ କଲା ଓଡ଼ିଶା ଭିଜିଲାନ୍ସ
ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଯାଜପୁର ଜିଲ୍ଲା ବଡ଼ଚଣା ଆର୍ ଆଣ୍ଡ୍ ବି (ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଏଇ) ତପନ ସେଠୀଙ୍କୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ କଟକ ଚୌଦ୍ୱାରସ୍ଥିତ ଚାରବା
ରେଡ୍


ଭୁବନେଶ୍ୱର, 23 ଅକ୍ଟୋବର (ହି.ସ.)- ଯାଜପୁର

ଜିଲ୍ଲା ବଡ଼ଚଣା ଆର୍ ଆଣ୍ଡ୍ ବି (ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ

ଯନ୍ତ୍ରୀ (ଏଏଇ) ତପନ ସେଠୀଙ୍କୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ

କରିଛି। ସେ କଟକ ଚୌଦ୍ୱାରସ୍ଥିତ ଚାରବାଟିଆ ଆର୍ ଆଣ୍ଡ୍ ବି ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀଙ୍କ

ଅଧୀନରେ କାର୍ଯ୍ୟରତ ଥିଲେ। ତାଙ୍କୁ ଆଜି କଟକ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ

ହାଜର କରାଯିବ।

ଶ୍ରୀ ସେଠୀଙ୍କ ବିଭିନ୍ନ

ସମ୍ପତ୍ତି ଉପରେ ଚଢ଼ାଉ ଓ ଯାଞ୍ଚ ସମୟରେ ତାଙ୍କ ନିକଟରୁ ଆୟ ସହ ସମନ୍ୱୟ ନଥିବା ସମ୍ପତ୍ତି ଠାବ

କରାଯାଇଛି। ଏଥିମଧ୍ୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ୩ଟି ବହୁତଳ କୋଠା, ୩ଟି ମୂଲ୍ୟବାନ ଜମି, ୧ ଏକର ୨ ଡେସିମିଲ୍ ଜମିରେ ଥିବା ଏକ ଫାର୍ମହାଉସ୍, ୭୪୭ ଗ୍ରାମ୍ ସୁନା, ବ୍ୟାଙ୍କ ଓ ଅନ୍ୟାନ୍ୟ ଜମାରେ ୨୦.୮୭ ଲକ୍ଷ ଟଙ୍କା ଏବଂ ୨ଟି

ଚାରିଚକିଆ ଗାଡ଼ି ଆଦି ରହିଛି। ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ବ୍ୟାଖ୍ୟା

ଦେଇପାରିନଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ

ତପନ ସେଠୀଙ୍କ ବିରୋଧରେ ଭିଜିଲାନ୍ସ ସେଲ୍ ଥାନାରେ କେସ୍ ନମ୍ବର ୮/୨୦୨୬ ରୁଜୁ କରାଯାଇଛି। ଏହି

ମାମଲାର ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande