୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା, ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା
୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର, 24 ଅକ୍ଟୋବର (ହି.ସ) ଅକ୍ଟୋବରରେ ପୁଣି ଓଡିଶାକୁ ଘାରିଲା ବାତ୍ୟାର ଭୟ। ଆଜି ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାବେଳେ ୨୫ରେ ଗଭୀର ଅବପାତ ଓ ୨୬ ତାରିଖରେ ବାତ୍ୟାର ରୂପ
୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା,     ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା


୩ ଜିଲ୍ଲାକୁ ରେଡ ଆଲର୍ଟ

ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର, 24 ଅକ୍ଟୋବର

(ହି.ସ) ଅକ୍ଟୋବରରେ ପୁଣି ଓଡିଶାକୁ ଘାରିଲା ବାତ୍ୟାର ଭୟ। ଆଜି ଏହା ଗଭୀର ଅବପାତରେ ପରିଣତ

ହେବାର ସମ୍ଭାବନା ରହିଥିବାବେଳେ ୨୫ରେ ଗଭୀର ଅବପାତ ଓ ୨୬ ତାରିଖରେ ବାତ୍ୟାର ରୂପ ନେବ ବାତ୍ୟା

ଅର୍ଣ୍ଣବ । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧପ୍ରଦେଶ

ଓ ଦକ୍ଷିଣ ଓଡିଶାର ଉପକୂଳ ଆଡକୁ ମୁହାଇଁପାରେ। ତେବେ ବାତ୍ୟାର ନିର୍ଦ୍ଧିଷ୍ଟ ଗତିପଥ ଓ

ଲ୍ୟାଣ୍ଡଫଲର ସ୍ଥାନ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ବାତ୍ୟାର ତୀବ୍ରତାକୁ ନେଇ

ମଧ୍ୟ ସ୍ପଷ୍ଟ ସୂଚନା ଆସିନଥିବା ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande