ଝାରସୁଗୁଡ଼ାରେ ଚାଲିଥିବା ରାସ୍ତା, ପୋଲ ଓ କୋଠା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ
Collector-review-on-various-devt-works-JHS
ଝାରସୁଗୁଡ଼ାରେ ଚାଲିଥିବା ରାସ୍ତା, ପୋଲ ଓ କୋଠା


ଝାରସୁଗୁଡ଼ା, ୨୪ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଜାତୀୟ ରାଜପଥ ଡିଭିଜନ ଏବଂ ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଅଧୀନରେ ନିର୍ମାଣାଧୀନ ଥିବା ବିଭିନ୍ନ ରାସ୍ତା, ପୋଲ ଏବଂ ସରକାରୀ କୋଠା ପ୍ରକଳ୍ପଗୁଡ଼ିକର କାର୍ଯ୍ୟଧାରା ସମ୍ପର୍କରେ ଜିଲ୍ଲାପାଳ ବିସ୍ତୃତ ଭାବେ ଅବଗତ ହୋଇଥିଲେ। ଜିଲ୍ଲାର ବିକାଶ ତଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ସମସ୍ତ ପ୍ରକଳ୍ପ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସମୀକ୍ଷା କାଳରେ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉପୁଜୁଥିବା ବିଭିନ୍ନ ପ୍ରତିବନ୍ଧକ, ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମସ୍ତ ପ୍ରକାର ଆନ୍ତଃ-ବିଭାଗୀୟ ସମନ୍ୱୟ ରକ୍ଷା କରି ଏହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପସ୍ଥଳୀର ପ୍ରକୃତ ସ୍ଥିତି ଯାଞ୍ଚ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ନିଜେ ଉପସ୍ଥିତ ରହି ଏକ ମିଳିତ ଟିମ୍ ସହିତ ବିଭିନ୍ନ ନିର୍ମାଣାଧୀନ କ୍ଷେତ୍ର ପରିଦର୍ଶନ କରିବେ।

ଏହି ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବେ ବୋଲି ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande