ବଜ୍ରକାପ୍ତା ଉଦ୍ଧାର
ମାଲକାନଗିରି, ୨୪ ଅକ୍ଟୋବର (ହି.ସ.)- ଗତକାଲି ବାଲିମେଳା ରେଞ୍ଜର କର୍ମଚାରୀମାନେ ବାଲିମେଳା ସେକ୍ସନ୍ ଅନ୍ତର୍ଗତ ଚିତାପାରି-୩ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଖୋଲା ସ୍ଥାନରେ ଭାରତୀୟ ପାଙ୍ଗୋଲିନ୍ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଉକ୍ତ ବଜ୍ରକାପ୍ତାକୁ ତୁରନ୍ତ ଉଦ୍
ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର


ମାଲକାନଗିରି, ୨୪ ଅକ୍ଟୋବର (ହି.ସ.)- ଗତକାଲି ବାଲିମେଳା ରେଞ୍ଜର କର୍ମଚାରୀମାନେ ବାଲିମେଳା ସେକ୍ସନ୍ ଅନ୍ତର୍ଗତ ଚିତାପାରି-୩ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଖୋଲା ସ୍ଥାନରେ ଭାରତୀୟ ପାଙ୍ଗୋଲିନ୍ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ଉକ୍ତ ବଜ୍ରକାପ୍ତାକୁ ତୁରନ୍ତ ଉଦ୍ଧାର କରାଯାଇ ବାଲିମେଳା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆଜି ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande