
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ସମ୍ଭାବ୍ୟ
ବାତ୍ୟାକୁ ନେଇ ରାଜ୍ୟ ସରକାର ମଧ୍ୟ ସଜାଗ ରହିଛନ୍ତି। ୩୦ ଜିଲ୍ଲାରେ ପ୍ରଶାସନ ପ୍ରସ୍ତୁତ ଥିବା
ବେଳେ ୧୬ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୁରେଶ
ପୂଜାରୀ। ରିଲିଫ୍ ସେଣ୍ଟର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ମତ୍ସ୍ୟଜୀବୀ ମାନଙ୍କୁ
କୁଳକୁ ଫେର ଆସିବାକୁ ନିର୍ଦ୍ଧେଶ ଦିଆଯାଇଛି ବୋଲି କହିଛନ୍ତି ସୁରେଶ ପୁଜାରୀ। ସରକାର ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ, ତେଣୁ ବିଚଳିତ ନହୋଇ ପ୍ରସାଶନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା