
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ଆଇଟିବିପିର
ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର
ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଭାରତ-ତିବ୍ବତ
ସୀମା ପୋଲିସର ପ୍ରତିଷ୍ଠା ଦିବସ ଅବସରରେ, ବିଶ୍ୱର ଅତ୍ୟନ୍ତ ଦୁର୍ଗମ ଓ ଆହ୍ୱାନପୂର୍ଣ୍ଣ ଭୌଗୋଳିକ ପରିସ୍ଥିତିରେ
ଭାରତର ସୀମା ସୁରକ୍ଷା କରୁଥିବା ସମସ୍ତ ଯବାନଙ୍କୁ ମୁଁ ସଲାମ ଜଣାଉଛି। ସୀମାରେ ସତର୍କ ନଜର
ରଖିବାଠାରୁ ଆରମ୍ଭ କରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପର୍ଯ୍ୟନ୍ତ, ସେମାନଙ୍କର ସାହସ ଓ ବୃତ୍ତିଗତ ଦକ୍ଷତା ରାଷ୍ଟ୍ରସେବାର ସର୍ବୋତ୍ତମ
ପରମ୍ପରାକୁ ପ୍ରତିଫଳିତ କରେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା