
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ଆଇଟିବିପିର
ପ୍ରତିଷ୍ଠା ଦିବସରେ ବୀର ଯବାନଙ୍କୁ ନମନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଭାରତ-ତିବ୍ବତ ସୀମା ପୋଲିସର
ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଦେଶର ଦୁର୍ଗମ ଓ କଠିନ ସୀମାର
ସୁରକ୍ଷାରେ ନିୟୋଜିତ ଆମର ବୀର ହିମବୀରମାନଙ୍କ ଅତୁଳନୀୟ ସାହସ, ଅବିଚଳ ନିଷ୍ଠା ଏବଂ ନିଃସ୍ୱାର୍ଥପର ସେବାକୁ ଆମେ ଭକ୍ତିପୂର୍ବକ ସଲାମ
ଜଣାଉଛୁ। ଆପଣମାନଙ୍କର ନିରନ୍ତର ସେବା, ଅତୁଟ କର୍ତ୍ତବ୍ୟନିଷ୍ଠା ଏବଂ ସର୍ବୋଚ୍ଚ ବଳିଦାନ ପାଇଁ ସମଗ୍ର ଦେଶ
ଗଭୀର ଗର୍ବ ଅନୁଭବ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା