
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି
ଆସନ୍ତା ୨୫ ଅକ୍ଟୋବର, ରବିବାର ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କାଲି
ଆରବିଆଇ ଡାଟା ସେଂଟରର ଉଦଘାଟନ କରିବେ ପିଏମ ମୋଦି ।
ଏହି ଅବସରରେ ସହରରେ
ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ ଓ ନିୟନ୍ତ୍ରିତ ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ
ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ନିର୍ଦ୍ଦେଶନାମା ଅନୁଯାୟୀ, ଅକ୍ଟୋବର ୨୫ ତାରିଖ ରବିବାର ଅପରାହ୍ଣ ୪ଟା ୪୦ ମିନିଟ୍ରୁ ସନ୍ଧ୍ୟା
୭ଟା ୪୦ ମିନିଟ୍ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ
କରାଯିବ।
ଆରବିଆଇଡାଟା ସେଣ୍ଟର, ଇନଫୋଭାଲି, ତଳଖେତ, ଭୁଆସୁଣୀ ଛକ, ଏନ୍ଏଚ୍ ୧୬, ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବିଏନ୍ ଛକ, ପାୱାର ହାଉସ, ଲୋକ ଭବନ, ଏଜି ଓ ହସ୍ପିଚାଲ ଛକରେ ଯାତାୟାତ କଟକଣା ଲାଗୁ କରାଯାଇଛି । ବିକଳ୍ପ
ରାସ୍ତା ବ୍ୟବହାର ସହ ଅତିରିକ୍ତ ସମୟ ହାତରେ ରଖିବାକୁ ପରାମର୍ଶ ଦିଆଯାଇଛି ।
ନିର୍ଦ୍ଦିଷ୍ଟ ରାସ୍ତାରେ
ଯାତାୟାତ ନିୟନ୍ତ୍ରଣ
ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଏବଂ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନିର୍ଦ୍ଦିଷ୍ଟ ରାସ୍ତାରେ ଯାନବାହନ ଚଳାଚଳକୁ
ନିୟନ୍ତ୍ରଣ କରାଯିବ। ଏହି ସମୟରେ ଯାତାୟାତ ନିୟମ ପାଳନ କରିବା ସହ ଟ୍ରାଫିକ୍ ପୁଲିସଙ୍କ
ନିର୍ଦ୍ଦେଶ ମାନିବାକୁ ଯାନଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି।
ଜନସାଧାରଣଙ୍କୁ ପୁଲିସର
ଅନୁରୋଧ
ଯାତାୟାତରେ ଅସୁବିଧା
ଏଡ଼ାଇବା ପାଇଁ ଯାତ୍ରୀ ଓ ଯାନଚାଳକମାନେ ନିଜ ଯାତ୍ରା ପୂର୍ବରୁ ଯୋଜନା କରିବା ସହ ଆବଶ୍ୟକସ୍ଥଳେ
ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା