ରାମଲୀଳା ମୈଦାନରେ ରାଲିରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିବାକୁ ଖଡଗେଙ୍କ ଅପିଲ୍
ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସ୍ଆଇଆର୍) ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ଦାବିରେ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ‘ଭୋଟ୍ ବଂଚାଅ, ଦେଶ ବଂଚାଅ’ ରାଲିରେ ଅଧିକରୁ ଅଧିକ ଲୋ
काँग्रेस अध्यक्ष मल्लिकार्जुन खरगे


ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସ୍ଆଇଆର୍) ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ଦାବିରେ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁ ଥିବା ‘ଭୋଟ୍ ବଂଚାଅ, ଦେଶ ବଂଚାଅ’ ରାଲିରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅପିଲ୍ କରିଛନ୍ତି।

ଖଡଗେ ସୋମବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ପର୍ବପର୍ବାଣୀ ଋତୁରେ ଲୋକେ ଅସହ୍ୟ ମହଙ୍ଗା ଦରଦାମ୍ର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ସରକାରଙ୍କର ଏଥିପ୍ରତି କୌଣସି ଚିନ୍ତା ନାହିଁ। ସେ କହିଥିଲେ ଯେ, କୋଟି କୋଟି ଭାରତୀୟଙ୍କ ମତଦାନର ସାମ୍ବିଧାନିକ ଅଧିକାର ବିପଦରେ ରହିଛି। ଏଥିପାଇଁ ସେ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଦାୟୀ କରିଥିଲେ।

ଖଡଗେ କହିଥିଲେ ଯେ, ସମସ୍ତ ବିରୋଧୀ ଦଳଙ୍କ ଦାବି ହେଉଛି ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତୁ ଏବଂ ଏସ୍ଆଇଆର ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ। ଏହି ଦାବିଗୁଡ଼ିକୁ ନେଇ ନଭେମ୍ବର ୧ରେ ଦିଲ୍ଲୀର ରାମଲୀଳା ମୈଦାନରେ ‘ଭୋଟ୍ ବଂଚାଅ, ଦେଶ ବଂଚାଅ’ ମହାରାଲି ଆୟୋଜନ କରାଯିବ।

-------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande