ପ୍ରଧାନମନ୍ତ୍ରୀ ମଙ୍ଗଳବାର ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀର କରିବେ ଉଦ୍ଘାଟନ
ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିଲ୍ଲୀର ଭାରତ ମଣ୍ଡପମ୍ରେ ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ (ଇଏସ୍ଟିଆଇସି) ୨୦୨୬ର ଉଦ୍ଘାଟନ କରିବେ। ତିନି ଦିନିଆ ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା (ଏଆଇ), ଜୈବ ପ୍ରଯୁକ୍ତିବିଦ୍ୟା,
प्रधानमंत्री नरेन्द्र मोदी शुक्रवार को भारत मंडपम में आयोजित चिन्मय अमृत महोत्सव वैश्विक सम्मेलन के उद्घाटन समारोह को संबोधित करते हुए


ନୂଆଦିଲ୍ଲୀ, ୨୬ ଅକ୍ଟୋବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିଲ୍ଲୀର ଭାରତ ମଣ୍ଡପମ୍ରେ ଉଦୀୟମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମ୍ମିଳନୀ (ଇଏସ୍ଟିଆଇସି) ୨୦୨୬ର ଉଦ୍ଘାଟନ କରିବେ। ତିନି ଦିନିଆ ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା (ଏଆଇ), ଜୈବ ପ୍ରଯୁକ୍ତିବିଦ୍ୟା, ଉନ୍ନତ ସାମଗ୍ରୀ, ଉତ୍ପାଦନ, ସ୍ୱାସ୍ଥ୍ୟସେବା, ଶକ୍ତି ଏବଂ ଜଳବାୟୁ ସମେତ ବିଭିନ୍ନ କ୍ଷେତ୍ରରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଓ ଭାରତର ନବସୃଜନ ପ୍ରାଥମିକତା ଉପରେ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସମ୍ମିଳନୀର ଉଦ୍ଘାଟନ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ହେବ। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ଏହି ସମ୍ମିଳନୀରେ ପ୍ରମୁଖ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍, ନୀତି ନିର୍ମାତା, ଶିଳ୍ପଜଗତର ପ୍ରତିନିଧି, ଷ୍ଟାର୍ଟଅପ୍ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ।

ସମ୍ମିଳନୀରେ ୧୨ଟି ପ୍ରମୁଖ ବିଷୟଭିତିକ କ୍ଷେତ୍ର ଉପରେ ବିଚାରବିମର୍ଶ କରାଯିବ। ଏଥିରେ ଗବେଷଣାର ପ୍ରାଥମିକତା, ଜାତୀୟ କ୍ଷମତାକୁ ମଜବୁତ କରିବା ଏବଂ ବୈଜ୍ଞାନିକ ଉପଲବ୍ଧିଗୁଡ଼ିକୁ ବ୍ୟବହାରିକ କ୍ଷେତ୍ରରେ ପ୍ରୟୋଗ କରିବାର ଉପାୟ ଉପରେ ଧ୍ୟାନ ଦିଆଯିବ।

ସମ୍ମିଳନୀ ସମୟରେ ସ୍ୱଦେଶୀ ବୈଜ୍ଞାନିକ ଉପଲବ୍ଧି ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ପ୍ରଦର୍ଶିତ କରୁଥିବା ଏକ ବ୍ୟାପକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏଥିରେ ଡିପ୍ ଟେକ୍ ସହ ଜଡ଼ିତ ପ୍ରାୟ ୧୫୦ଟି ଷ୍ଟାର୍ଟଅପ୍ର ଷ୍ଟଲ୍ ରହିବ। ଏଠାରେ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ଏହାର ସମ୍ଭାବ୍ୟ ବ୍ୟବହାରକୁ ପ୍ରଦର୍ଶିତ କରାଯିବ।

ଆୟୋଜନରେ ବିଷୟଭିତିକ ଭିଡିଓ, ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ, ଡକ୍ୟୁମେଂଟାରୀ, ସୂଚନା କେନ୍ଦ୍ର ଏବଂ ଅଗମେଂଟେଡ୍ ଓ ଭର୍ଚୁଆଲ୍ ରିଆଲିଟି ସମ୍ପର୍କିତ ଅନୁଭୂତି ମାଧ୍ୟମରେ ବୈଜ୍ଞାନିକ ବିକାଶ ଏବଂ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାରକୁ ମଧ୍ୟ ଦର୍ଶାଯିବ।

ସମ୍ମିଳନୀର ଏକ ନୂତନ ପଦକ୍ଷେପ ଭାବେ ‘ଗ୍ଲୋବାଲ୍ କନେକ୍ଟ ନେଟୱର୍କିଂ କାର୍ଯ୍ୟକ୍ରମ’ ଆୟୋଜନ କରାଯିବ। ଏଥିରେ ଭାରତ ଏବଂ ବିଦେଶର ଶିକ୍ଷାନୁଷ୍ଠାନ, ଗବେଷଣା ସଂସ୍ଥା ଓ ଶିଳ୍ପଜଗତ ସହ ଜଡ଼ିତ ୩୦୦ରୁ ଅଧିକ ଆମନ୍ତ୍ରିତ ଅଂଶଗ୍ରହଣକାରୀ ସାମିଲ ହେବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ଗବେଷଣା ସହଭାଗିତାକୁ ପ୍ରୋତ୍ସାହନ ଦେବା, ଶିଳ୍ପ ଏବଂ ଶିକ୍ଷା-ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗକୁ ମଜବୁତ କରିବା ଏବଂ ପରୀକ୍ଷାଗାରରେ ବିକଶିତ ନବସୃଜନକୁ ବଜାରରେ ପହଂଚାଇବାର ରାସ୍ତା ଖୋଜିବା।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande