୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି, ବୈତରଣୀ ନଦୀଗର୍ଭକୁ ଧସିଲା ଦେଢ଼ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି। ଭଦ୍ରକ ଜିଲା ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀଗର୍ଭକୁ ଧସିଲା ଦେଢ଼ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର
13 CRORE BAITARANI NADIBANDHA


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ୧୩କୋଟି ଟଙ୍କାରେ ନିର୍ମିତ ବୈତରଣୀ ନଦୀବନ୍ଧ ୧୩ମାସ ଗଲାନି। ଭଦ୍ରକ ଜିଲା ଆରଡି ନିକଟସ୍ଥ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀଗର୍ଭକୁ ଧସିଲା ଦେଢ଼ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ। ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଧାମରା ନିକଟରେ ଅଶାନ୍ତ ହୋଇପଡିଛି ସମୁଦ୍ର । ଧାମାରା ମୁହାଣରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ଉଚ୍ଚ ଜୁଆର ଢେଉ ମାଡି ଆସିବାରୁ ଷାଠିବାଙ୍କୁଡା ଗାଁ ପାଖରେ ବୈତରଣୀ ନଦୀ ଗର୍ଭକୁ ଧସିଯାଇଛି ଦେଢ଼ଶହ ଫୁଟର ପଥର ପ୍ୟାକିଙ୍ଗି ସୁରକ୍ଷାବନ୍ଧ। ଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆ ଗାଁ ସହ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଂଚାୟତର ୨୪ ଗାଁ ର ଲୋକମାନେ। ସେହିପରି ଗତକାଲି ରାତିରୁ ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବା ସହ ଅନେକ ସ୍ଥାନରେ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତାହାସହ ଗତ କିଛିଦିନ ଧରି ବୈତରଣୀ ନଦୀର ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧର ୩ଶହଫୁଟର ଫାଟ ସୃଷ୍ଟି ହେବା ସହିତ ୫ଫୁଟ ତଳକୁ ରହିଯାଇଥିଲା ମାଟିବନ୍ଧ। ଏପରି ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ପାଲ ଘୋଡ଼ା ଯାଇ ବାଲିବସ୍ତା ପକାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande