ତପସ୍ୟା ଭବନ ବ୍ରହ୍ମାକୁମାରୀଜ ପକ୍ଷରୁ ଚୈତନ୍ୟ ଦେବୀ ମଣ୍ଡପ ଉଦଘାଟିତ
କେନ୍ଦ୍ରାପଡ଼ା, ୨୮ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ସହରରେ ଶାରଦୀୟ ଗଜଲକ୍ଷ୍ମୀ ପୂଜାର ଚଳିତ ବର୍ଷ ଶତବାର୍ଷିକୀ ପାଳନ କରାଯାଉଥିବାବେଳେ ବଡ଼ହାଟ ସ୍ଥିତ ତପସ୍ୟା ଭବନ ବ୍ରହ୍ମା କୁମାରୀଜ୍ ସଂସ୍ଥା ପକ୍ଷରୁ ଚୈତନ୍ୟ ଦେବୀ ମଣ୍ଡପ ଉଦଘାଟିତ ହୋଇଯାଇଛି। କାକଟମଙ୍ଗଳା ପୂଜା ମଣ୍ଡପ ସାମ୍ନାରେ ଏହି ନିଆରା ପା
---------------ତପସ୍ୟା ଭବନ ବ୍ରହ୍ମାକୁମାରୀଜ୍ ପକ୍ଷରୁ ଚୈତନ୍ୟ ଦେବୀ ମଣ୍ଡପ ଉଦଘାଟିତ ::


କେନ୍ଦ୍ରାପଡ଼ା, ୨୮ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ସହରରେ ଶାରଦୀୟ ଗଜଲକ୍ଷ୍ମୀ ପୂଜାର ଚଳିତ ବର୍ଷ ଶତବାର୍ଷିକୀ ପାଳନ କରାଯାଉଥିବାବେଳେ ବଡ଼ହାଟ ସ୍ଥିତ ତପସ୍ୟା ଭବନ ବ୍ରହ୍ମା କୁମାରୀଜ୍ ସଂସ୍ଥା ପକ୍ଷରୁ ଚୈତନ୍ୟ ଦେବୀ ମଣ୍ଡପ ଉଦଘାଟିତ ହୋଇଯାଇଛି। କାକଟମଙ୍ଗଳା ପୂଜା ମଣ୍ଡପ ସାମ୍ନାରେ ଏହି ନିଆରା ପାରମ୍ପରିକ ଝାଙ୍କି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ସରିତା ସାହୁ, ମୁଖ୍ୟବକ୍ତା ଭାବେ ସମବାୟବିତ ଇଂ ଅକ୍ଷୟ କୁମାର ପାଣି ଓ ସମ୍ମାନିତ ଅତିଥିଭାବେ କାଉନସିଲର ଉମେଶ ଚନ୍ଦ୍ର ନାୟକ,ବିକେ ପ୍ରତିଭା ପ୍ରମୁଖ ଯୋଗଦେଇ ସାଂପ୍ରତିକ ସମାଜରେ ଆଧ୍ୟାତ୍ମିକ ଜୀବନ ଚର୍ଯ୍ୟା ହିଁ ମଣିଷ ଜୀବନରେ ଦିବ୍ୟତା ଓ ଶୁଦ୍ଧତା ଆଣିବା ସହ ଶାନ୍ତିର ମାର୍ଗକୁ ପ୍ରଶସ୍ତ କରିପାରିବ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ। କେନ୍ଦ୍ର ମୁଖ୍ୟ ସଂଚାଳିକା ବିକେ ରାନୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ବିକେ ଧରଣୀଧର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ରାଜଯୋଗ ଦ୍ୱାରା ଆତ୍ମା ଓ ପରମାତ୍ମାଙ୍କ ଦିବ୍ୟ ମିଳନ ଉଦେଶ୍ୟରେ ବ୍ରହ୍ମାକୁମାର ଭାଇ ଓ ଭଉଣୀମାନଙ୍କ ଦ୍ୱାରା ଜୀବନ୍ତ ଲକ୍ଷ୍ମୀ, ଶଙ୍କର ପାର୍ବତୀ, ଗଣେଷ ଆଦିଙ୍କର ଝାଙ୍କି ଦେଖିବାକୁ ଜନଗହଳି ବେଶ୍ ବୃଦ୍ଧି ପାଇଥିଲା। ତିନିଦିନ ଧରି ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ସୂଚନା ଦିଆଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ବିକେ ମୁନୁ, ବିକେ ମିନତୀ, ବିକେ ଲକ୍ଷ୍ମୀ, ବିକେ ଝିଲ୍ଲୀ, ବିକେ ପଦ୍ମଲୋଚନ, ବିକେ ପ୍ରତାପ, ବିକେ ବିକାଶ, ବିକେ ସୁନାକର, ବିକେ ନାରାୟଣ, ବିକେ ରବୀନ୍ଦ୍ର ପ୍ରମୁଖ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande