ଖୋର୍ଦ୍ଧା ଜିଲାରେ ହାରାହାରି ୪୦.୬୪ ମିଲିମିଟର ବର୍ଷା ହୋଇଛି
ଖୋର୍ଦ୍ଧା, ୨୮ ଅକ୍ଟୋବର (ହି.ସ.) - ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା ମାପ କେନ୍ଦ୍ରରେ ହାରାହାରି ୪୦.୬୪ ମିଲିମିଟର ବର୍ଷା ହୋଇଥିବା ତଥ୍ୟରୁ ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ, ଟାଙ୍ଗୀରେ ସର୍ବାଧିକ
Rainfall


ଖୋର୍ଦ୍ଧା, ୨୮ ଅକ୍ଟୋବର (ହି.ସ.) - ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା ମାପ କେନ୍ଦ୍ରରେ ହାରାହାରି ୪୦.୬୪ ମିଲିମିଟର ବର୍ଷା ହୋଇଥିବା ତଥ୍ୟରୁ ଜଣାପଡ଼ିଛି।ରିପୋର୍ଟ ଅନୁଯାୟୀ, ଟାଙ୍ଗୀରେ ସର୍ବାଧିକ ୫୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଚିଲିକାରେ ୫୩ ମିମି ଏବଂ ବିଏମ୍ସିର ଉତର ଜୋନରେ ୫୧ ମିମି ବର୍ଷା ହୋଇଛି। ସେହିପରି ବାଣପୁରରେ ୪୯ ମିମି, ବାଲିଅନ୍ତା ଓ ବୋଲଗଡ଼ରେ ୪୨ ମିମି ଏବଂ ବାଲିପାଟଣାରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଖୋର୍ଦ୍ଧାରେ ୩୬ ମିମି, ବେଗୁନିଆ ଓ ବିଏମ୍ସିର ଦକ୍ଷିଣ-ପଶ୍ଚିମ ଜୋନ୍ରେ ୩୫ ମିମି, ବିଏମମସି ମୁଖ୍ୟାଳୟରେ ୩୪ ମିମି, ଭୁବନେଶ୍ୱର ଓ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ରେ ୩୨ ମିମି ଏବଂ ଜଟଣୀରେ ସର୍ବନିମ୍ନ ୩୦ ମିମି ବର୍ଷା ରେକର୍ଡ ହୋଇଛି। ତଥ୍ୟ ଅନୁଯାୟୀ ୧୪ଟି କେନ୍ଦ୍ରର ମୋଟ୍ ବର୍ଷା ପରିମାଣ ୫୬୯ ମିମି ରହିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande