
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଦିନ ମାଲକାନଗିରି ଜିଲ୍ଲାର ମୁଣ୍ଡାଗୁଡ଼ାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କର ଅବସ୍ଥା, ଅସୁବିଧା ଓ ଆବଶ୍ୟକତା ବିଷୟରେ ବୁଝିଥିଲେ। ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ସ୍ଥିତିରେ ସେମାନଙ୍କ ସହ ଅଛନ୍ତି, ତେଣୁ କାହାରି କିଛି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା