ପଟ୍ଟାମୁଣ୍ଡାଇରେ ଅର୍ଣ୍ଣବ ଫେଲ୍ ! ଚାଷୀ ଆଶ୍ୱସ୍ତ
ପଟ୍ଟାମୁଣ୍ଡାଇ , ୨୮ ଅକ୍ଟୋବର (ହି.ସ.) - ଅର୍ଣ୍ଣବ ଆଶଙ୍କାରେ ଭୟଭୀତ ହୋଇ ପଡିଥିବା ପଟ୍ଟାମୁଣ୍ଡାଇ ବ୍ଲକର ଚାଷୀ କୁଳ ଏବେ ଆଶ୍ୱସ୍ତ ଲାଭ କରିଛନ୍ତି।ସୂଚନା ଅନୁସାରେ, ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଗତକାଲି ବିଳମ୍ବିତ ରାତି ୨ଟାରୁ ସକାଳ ୮ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ
ପଟ୍ଟାମୁଣ୍ଡାଇରେ ଅର୍ଣ୍ଣବ ଫେଲ୍ ! ଚାଷୀ ଆଶ୍ୱସ୍ତ


ପଟ୍ଟାମୁଣ୍ଡାଇ , ୨୮ ଅକ୍ଟୋବର (ହି.ସ.) - ଅର୍ଣ୍ଣବ ଆଶଙ୍କାରେ ଭୟଭୀତ ହୋଇ ପଡିଥିବା ପଟ୍ଟାମୁଣ୍ଡାଇ ବ୍ଲକର ଚାଷୀ କୁଳ ଏବେ ଆଶ୍ୱସ୍ତ ଲାଭ କରିଛନ୍ତି।ସୂଚନା ଅନୁସାରେ, ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ଗତକାଲି ବିଳମ୍ବିତ ରାତି ୨ଟାରୁ ସକାଳ ୮ଟା ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଡ ବଡ ଗଛ ଉପୁଡି ପଡିବା ଏବଂ ସୁଉଚ୍ଚ ତୋରଣ ଭାଙ୍ଗିଯିବା ଘଟଣା ସାମ୍ନାକୁ ଆସିଛି। ଗଜପତି ଜିଲ୍ଲା ମହେନ୍ଦ୍ରଗଡରେ ସର୍ବାଧିକ ୨୫ ସେମି ବର୍ଷା ରେକର୍ଡ କରାଯାଇଛି।ମାତ୍ର ପଟ୍ଟାମୁଣ୍ଡାଇ ବ୍ଲକରେ ଅର୍ଣ୍ଣବର ପ୍ରଭାବ ନଗଣ୍ୟ ରହିଛି। ସେପରି ଅଧିକ ବର୍ଷା ହୋଇ ନାହିଁ। ଯଦ୍ୱାରା ବର୍ତମାନ ପାଚିବାକୁ ଆରମ୍ଭ କରୁଥିବା ଧାନ ଫସଲ ବଡ ଧରଣର କ୍ଷୟ କ୍ଷତିରୁ ବଂଚି ଯାଇଛି। ଗତ କିଛି ଦିନ ହେବ ଚାଷୀମାନେ ଫସଲ ନଷ୍ଟ ଆଶଙ୍କାରେ ଚିନ୍ତିତ ଥିବା ବେଳେ ଏବେ ଫସଲ ସୁରକ୍ଷିତ ଥିବାରୁ ସେମାନଙ୍କ ମୁହଁରେ ହସ ଫୁଟିଛି। ତେବେ ବାତ୍ୟା ପ୍ରଭାବ ସମ୍ପୂର୍ଣ୍ଣ ଟଳି ନାହିଁ, ଚାଷୀଭାଇମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande