ପିପି ଏକାଡେମୀରେ ସଙ୍ଗୀତ ଓ କଲେଜ ଛକ କଲ୍ୟାଣ ମଣ୍ଡପରେ ରନଗୋଲି ପ୍ରତିଯୋଗୀତା
ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ଆସନ୍ତା ନଭେମ୍ବର ୧ ବଲାଙ୍ଗୀର ଦିନ ଉଧେଁ ବଲାଙ୍ଗୀର ପତିତ ପାବନ ଏକାଡେମୀ ସ୍କୁଲ ଠାରେ ଜୟ ବଲାଙ୍ଗୀର ଟିମ୍ ଦ୍ୱାରା ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୬୦ ଜଣ ପ୍ରତିଯୋଗୀ(ସିନିଅର ଓ ଜୁନିଅର ମିଶାଇ) ଉପସ୍ଥିତ ରହିଥିଲେ। ବିଚାରକମଣ୍ଡଳୀରେ ସୁନା
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରନଗୋଲି ପ୍ରତିଯୋଗୀତା


ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରନଗୋଲି ପ୍ରତିଯୋଗୀତା


ବଲାଙ୍ଗୀର, ୨୮ ଅକ୍ଟୋବର(ହି.ସ.) – ଆସନ୍ତା ନଭେମ୍ବର ୧ ବଲାଙ୍ଗୀର ଦିନ ଉଧେଁ ବଲାଙ୍ଗୀର ପତିତ ପାବନ ଏକାଡେମୀ ସ୍କୁଲ ଠାରେ ଜୟ ବଲାଙ୍ଗୀର ଟିମ୍ ଦ୍ୱାରା ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ମୋଟ ୬୦ ଜଣ ପ୍ରତିଯୋଗୀ(ସିନିଅର ଓ ଜୁନିଅର ମିଶାଇ) ଉପସ୍ଥିତ ରହିଥିଲେ। ବିଚାରକମଣ୍ଡଳୀରେ ସୁନାମଧନ୍ୟ ବରିଷ୍ଠ କଳାକାର ଶ୍ରୀ ଦିଲୀପ ସିଂହଦେଓ, ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଶ୍ରୀ ତନ୍ମୟ ମହାନନ୍ଦ, ପ୍ରସିଦ୍ଧ ଅଭିନେତା ଶ୍ରୀ ଆଶୁତୋଷ ମିଶ୍ର, କଣ୍ଠଶିଳ୍ପୀ ସତ୍ୟପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ। ଜୟ ବଲାଙ୍ଗୀର ଟିମ୍ର ମାନସ ରଞ୍ଜନ ଖୁଆସ, ଋତୁରାଜ ପ୍ରଧାନ, ରାହୁଲ ପାଣିଗ୍ରାହୀ, ବିକି ପଟେଲ, ଦେବାଶିଷ ମିଶ୍ର, ସୁବ୍ରତ ସାହୁ ରୁଦ୍ରପ୍ରତାପ ପ୍ରଧାନ ପ୍ରମୁଖ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମକୁ ବାଦ୍ୟକାର ଶ୍ରୀ ସଂସ୍କାର ସ୍ୱରୂପ ମିଶ୍ର ପରିଚାଳନା କରିଥିଲେ। ଠିକ୍ ସେହିପରି ଆଦ୍ୟାଶକ୍ତି ନାରୀ ସଂଗଠନ ବଲାଙ୍ଗୀର ତରଫରୁ ସ୍ଥାନୀୟ କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପ୍ରୋଟେକ୍ସନ ଅଫିସର ସୁଜାତା ଦୋରା ଯୋଗ ଦେଇଥିବାବେଳେ ବିଚାରକ ଭାବରେ ଦିଲୀପ ସିଂଦେଓ, ନୀଳା ସିଂ, ଶ୍ରାବଣୀ ମେହେର ଯୋଗଦେଇ ଥିଲେ। ଏଥିରେ ପ୍ରାୟ ୪୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସଂଗଠନର ସଭାପତି ମାଳତୀ ଉଦଗାତା, ସମ୍ପାଦକ କସ୍ତୁରୀ ରଥ, ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠୀ, ଆରତୀ ମିଶ୍ର, ଶୋଭିନି ମହାଳିଙ୍ଗ, ସୌଦାମିନୀ ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ଯଶୋବନ୍ତି ମିଶ୍ର, ସଂଯୁକ୍ତା ମିଶ୍ର, ପୁଷ୍ପଲତା ମିଶ୍ର, ଦିପ୍ତିମୟୀ ମିଶ୍ର, ମାଧୁରୀ କୁଅଁର, ସୁଜାତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗୀର ଦିନ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ଲୋଟସ ଷଡ଼ଙ୍ଗୀ, ବିଧୁ ଭୂଷଣ ତ୍ରିପାଠୀ, ସରିତା ଦାସ, ସୋମନାଥ ମିଶ୍ର, ବିନୋଦ କାଳସାଏ, ନୂତନ ଦାସ, ଶ୍ରାବଣୀ ମେହେର, ରାମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande