ଗଜପତି ନୂଆଗଡ଼ ବ୍ଲକର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଦିନ ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଲକରେ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରିତମାନଙ୍କ ସହ ଆଲୋଚନା କରିଛନ୍ତି ଓ ସ୍ଥିତି ନିରୀକ୍ଷଣ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ଏଠାରେ ପ୍ରଶାସନ ପକ୍ଷରୁ
ig


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଧବାର ଦିନ ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ଼ ବ୍ଲକରେ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରିତମାନଙ୍କ ସହ ଆଲୋଚନା କରିଛନ୍ତି ଓ ସ୍ଥିତି ନିରୀକ୍ଷଣ କରିଛନ୍ତି । ବାତ୍ୟା ମୁକାବିଲା ପାଇଁ ଏଠାରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ସାହାସିକତା ପ୍ରଦର୍ଶନ କରି ଆଶ୍ୱସ୍ତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ କୌଣସି ଅସୁବିଧାର ସମ୍ମୁଖିନ ହେଲେ ସ୍ଥାନୀୟ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ମାଧ୍ୟମରେ ଆମ ସହ ଯୋଗାଯୋଗ କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande