ଜୟପୁରରେ ଅଖିଳ ଭାରତୀୟ ସହ-ମହାମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମର ବୁଦ୍ଧିଜୀବି ସମ୍ମିଳନୀ
ଜୟପୁର, 28 ଅକ୍ଟୋବର (ହି.ସ.)- ଜୟପୁର ବକସୀ ସାହି ସ୍ଥିତ ତ୍ରିନାଥ ସେବା ପରିଷଦ ଅର୍ଣ୍ଣପୁର୍ଣ୍ଣା ଭବନଠାରେ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନଗର ସଭାପତି ଶଶୀଭୂଷଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ମୁକ୍ତ ବିଶ
ଜୟପୁରରେ ଅଖିଳ ଭାରତୀୟ ସହ-ମହାମନ୍ତ୍ରୀ/ବୁଦ୍ଧିଜୀବି ସମ୍ମିଳନୀ ଆୟୋଜିତ/ବନବାସୀ କଲ୍ୟାଣ ଆଶ୍ରମର ବୁଦ୍ଧିଜୀବି ସମ୍ମିଳନୀ


ଜୟପୁର, 28 ଅକ୍ଟୋବର (ହି.ସ.)- ଜୟପୁର ବକସୀ ସାହି ସ୍ଥିତ ତ୍ରିନାଥ ସେବା ପରିଷଦ ଅର୍ଣ୍ଣପୁର୍ଣ୍ଣା ଭବନଠାରେ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନଗର ସଭାପତି ଶଶୀଭୂଷଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଆଞ୍ଚଳିକ ମୁଖ୍ୟ ମହେନ୍ଦ୍ର ପ୍ରସାଦ ମିଶ୍ର ସମ୍ମାନିତ ଅତିଥିରୁପେ ଯୋଗ ଦେଇଥିଲେ।ବନବାସୀ ସଂସ୍କୃତି ଗବେଷକ,ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଟିଭି ସାମ୍ବାଦିକ ତଥା ସମାଜସେବୀ ଡ଼ ପରେଶ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେବା,ଶିକ୍ଷା ଓ ସହଯୋଗ କୁ ପାଥେୟ କରି ବନବାସୀ କଲ୍ୟାଣ ଆଶ୍ରମ ଅପହଞ୍ଚ ଅଂଚଳରେ ଜାରି jରଖିଥିବା ଅନବରତ ପ୍ରୟାସକୁ ଭୁୟିୟସୀ ପ୍ରଶଂସା କରିଥିଲେ।ବନବାସୀ କଲ୍ୟାଣ ଆଶ୍ରମର ଅଖିଳ ଭାରତୀୟ ସହ-ମହାମନ୍ତ୍ରୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ବିଷ୍ଣୁକାନ୍ତ ଜୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଜନଜାତି ସମାଜର ଧର୍ମ ଓ ସଂସ୍କୃତି ରକ୍ଷା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ସଂଗଠନର ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।ପ୍ରତାପ ପଟ୍ଟାନାୟକ,ପ୍ରଭୁଦାନ ପରଜା,ଅରୁଣ କୁମାର ପାଳ ପ୍ରମୁଖଙ୍କ ଦ୍ୱାରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।ପ୍ରାନ୍ତ ଯୁବା ଆୟାମ ସଂଯୋଜକ ରତିକାନ୍ତ ସାହୁ,ସହପ୍ରାନ୍ତ ସଂଯୋଜକ ଲକ୍ଷ୍ମୀକାନ୍ତ ମିଶ୍ର,ବିଭାଗ ସଂଗଠନ ମନ୍ତ୍ରୀ କୋରା ରଇତ, ପ୍ରକଳ୍ପ ସଂଯୋଜକ ସଦା ଭୂମିଆ,ନରେନ୍ଦ୍ର କୁମାର ସାହୁ,ଅମର ପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମିଳନୀ ପରିଚାଳିତ ହୋଇଥିଲା।କାର୍ଯ୍ୟକ୍ରମର ଆରମ୍ଭ ଓ ଶେଷରେ ପ୍ରାତ୍ୟାଶା ମିଶ୍ର, ମଧୁଛନ୍ଦା ପଣ୍ଡାଙ୍କ ଦ୍ୱାରା ରାଷ୍ଟ୍ର ସଂଗୀତ ବନ୍ଦେ ମାତରଂ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande