ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ସପ୍ତାହ ପାଳନ ଅବସରରେ କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସପ୍ତାହ ବ୍ୟାପି ବଳିଦାନ ଦିବସ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ
ghjftuk


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସପ୍ତାହ ବ୍ୟାପି ବଳିଦାନ ଦିବସ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କର ତ୍ୟାଗ, ଦେଶଗଠନ କ୍ଷେତ୍ରରେ ତାଙ୍କର ସ୍ୱପ୍ନ, ସଂକଳ୍ପ ଓ ଏହାକୁ ସାକାର କରିବା ଦିଗରେ ତାଙ୍କର ଯେଉଁ ନିଷ୍ଠା ଦେଶବାସୀ ଉପଲବ୍ଧି କରିଛନ୍ତି ତାହା ଅତୁଳନୀୟ ଓ ଚିରସ୍ମରଣୀୟ । ସାହସ, ଶକ୍ତି, ନାରୀ ଶକ୍ତିର ପରାକାଷ୍ଠା ଓ ଅତୁଳନୀୟ ନିର୍ଭିକତା ତାଙ୍କର ବଳିଷ୍ଠ ନେତୃତ୍ୱ ଓ କର୍ତବ୍ୟ ପାଳନ କ୍ଷେତ୍ରରେ ସ୍ପଷ୍ଟ ଭାବେ ପରିଦୃଷ୍ଟ ହୋଇଛି । ତାଙ୍କର ଜୀବନ ଦର୍ଶନ ଆମ ମମସ୍ତଙ୍କ ପାଇଁ ଅନୁସରଣୀୟ । କଂଗ୍ରେସ ସେବାଦଳ ସଂଗଠନ ଦେଶର ହିତପାଇଁ ଏକ ସମର୍ପିତ ସଶକ୍ତ ସଂଗଠନ । ଇନ୍ଦିରାଜୀଙ୍କର ଆଦର୍ଶ ଏବଂ କର୍ତବ୍ୟ ନିଷ୍ଠାରେ ଏହି ସଂଗଠନ ଅନୁପ୍ରାଣିତ । ଓଡ଼ିଶାରେ ସେବାଦଳ ଏକ ପ୍ରଭାବୀ ଏବଂ ଦାୟିତ୍ୱପୂର୍ଣ୍ଣ ସଂଗଠନ ଭାବରେ ପ୍ରତିଷ୍ଠିତ ହୋଇସାରିଛି । ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି କହିଲେ ଯେ ରାଜ୍ୟର ସମସ୍ତ ବ୍ଲକ, ପଂଚାୟତ ଏପରିକି ସହରାଞ୍ଚଳର ୱାର୍ଡ କ୍ଷେତ୍ରରେ ମଧ୍ୟ କଂଗ୍ରେସ ସେବାଦଳ ସ୍ୱତନ୍ତ୍ର ଓ ସଶକ୍ତ ପରିଚୟ ସୃଷ୍ଟି କରିଛି । ଏହି ଅବସରରେ ଆସନ୍ତା ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଓ ଢ଼େଙ୍କାନାଳ, ୩୦ ତାରିଖରେ ନୟାଗଡ଼, ମୟୁରଭଞ୍ଜ (ପଶ୍ଚିମ), ୩୧ ତାରିଖରେ ପୁରୀ, ଭଦ୍ରକ, କନ୍ଧମାଳ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସଂପୃକ୍ତ ସେବାଦଳ ମୁଖ୍ୟ ମାନଙ୍କ ଅଧ୍ୟକ୍ଷତାରେ ରକ୍ତଦାନ ଶିବିର ଆୟୋଜିତ ହେବ । ଆଜିର ଭୁବନେଶ୍ୱର କ୍ୟାମ୍ପରେ ୧୨୭ ୟୁନିଟ ବ୍ଲଡ ସଂଗୃହୀତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande