
ଧର୍ମଶାଳା,୨୮ଅକ୍ଟୋବର(ହି.ସ.) : ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଗାଁ ଦାଣ୍ଡରେ ଆଧ୍ୟାତ୍ମୀକ ପରିବେଶ ସୃଷ୍ଟି ହୋଇଛି । ଯାଜପୁର ଜିଲା ଧମର୍ଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ଲକ୍ଷ୍ମୀ । ଏହି ଅବସରରେ ଧମର୍ଶାଳା ବିଧାୟକ ହିମାଂଶୁ ଶେଖର ସାହୁ ବିଭିନ୍ନ କମିଟିର ନିମନ୍ତ୍ରଣ ରକ୍ଷା କରି ସନ୍ଧ୍ୟାରେ ପୂଜା ମଣ୍ଡପ ପରିଦର୍ଶନ କରି ମା’ଙ୍କ ଆଶିଷ ଭିକ୍ଷା ଲାଭ କରିଛନ୍ତି । ବିଧାୟକ ଶ୍ରୀ ସାହୁ ବିଭିନ୍ନ ପୂଜା ମଣ୍ଡପରେ ପଂହଚି ଧନଧାନ୍ୟ ଓ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀଙ୍କ ର୍ଦଶନ କରିବା ସହ ମା’ଙ୍କ ନିକଟରେ ଧର୍ମଶାଳାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ବିଭିନ୍ନ ପୂଜା କମିଟିର ସଦସ୍ୟ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁମାନଙ୍କ ସହ ମିଶି ବିଧାୟକ ଶ୍ରୀ ସାହୁ ଶୁଭେଚ୍ଛା ବିନିମୟ କରିଥିଲେ । ଧର୍ମଶାଳାର ସାଂସ୍କୃତିକ ପରଂପରା, ଭାଇଚାରା ଓ ଆଧ୍ୟାତ୍ମିକ ଚେତନାକୁ ଅକ୍ଷୁର୍ଣ୍ଣ ରଖିବାରେ ଏଭଳି ପର୍ବ ପର୍ବାଣୀର ଗୁରୁତ୍ୱ ରହିଛି । ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ପ୍ରତ୍ୟେକ ପରିବାରରେ ସୁଖ, ସମୃଦ୍ଧି ଓ ଶାନ୍ତି ବିରାଜମାନ କରୁ ବୋଲି ବିଧାୟକ କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ