କୋରାପୁଟ ଜିଲ୍ଲା ୪ମାସ ହେବ ମିଳୁନି ଭତା : ଦୁର୍ଦ୍ଦିନରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ
ଜୟପୁର, ୨୮ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲାରେ ଗତ ୪ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା। ଫଳରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତାକୁ ଆଶ୍ରାକରି ସେମାନେ କୌଣସି
କୋରାପୁଟ ଜିଲା ୪ମାସ ହେବ ମିଳୁନି ଭତ୍ତା : ଦୁର୍ଦ୍ଦିନରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ


ଜୟପୁର, ୨୮ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲାରେ ଗତ ୪ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା। ଫଳରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି। ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତାକୁ ଆଶ୍ରାକରି ସେମାନେ କୌଣସି ପ୍ରକାର ଚଳି ଯାଉଥିଲେ। କିନ୍ତୁ ଗତ ୪ମାସ ହେବ ଭତା ନମିଳିବାରୁ ଏହା ଉପରେ ଆଶ୍ରାକରି ଜୀବନ ବିତାଉଥିବା ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛଁନ୍ତି। ଭତା ଟଙ୍କା ପାଇବା ନେଇ କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, ବୈପାରିଗୁଡ଼ା, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, କୋଟପାଡ଼ ବ୍ଲକ କାର୍ଯ୍ୟାଳୟକୁ ଯାଇ ହିତାଧିକାରିମାନେ ନୟାନ୍ତ ହେଲେଣି। ପ୍ରଶାସନ ତରଫରୁ ଆଧାର ସହ ବ୍ୟାଙ୍କ ପାସ ବୁକ ଲିଙ୍କ କଲେ ଭତା ଟଙ୍କା ଆସିବ ବୋଲି କହୁଛନ୍ତି। କିନ୍ତୁ ବହୁ ହିତାଧିକାରି ଆଧାର ଲିଙ୍କ କରିବା ପରେ ମଧ୍ୟ ଭତା ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି। ଗତ ତିନିମାସ ତଳେ ମଧ୍ୟ ୪ ମାସର ଭତା ଟଙ୍କା ଆସିନଥିବାବେଳେ ବର୍ତମାନ ବି ଭତା ଟଙ୍କା ସମସ୍ୟା ରହିଛି। ରାଜ୍ୟ ଓ କେନ୍ଦ୍ର ସରକାର ସମାଜର ଅସହାୟ, ନିଃସ୍ୱ, ଦରିଦ୍ୟ ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ନିରାପତା ଯୋଗାଇ ଦେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ନିମନ୍ତେ ଏଭଳି ଯୋଜନାମାନ ପ୍ରଣୟନ କରିଛନ୍ତି। କିନ୍ତୁ ଏହିସବୁ ସାମାଜିକ ନିରାପତା ଯୋଜନାର ସୁଫଳ ଯଦି ସେହିମାନଙ୍କୁ ନମିଳେ ଯାହାଙ୍କ ପାଇଁ ଏହା ପ୍ରଣୟନ ହୋଇଛି ତେବେ ଏତେସବୁ ଯୋଜନା କେବଳ ଯାହା କାଗଜ କଲମରେ ସିମିତ ହେବା ବ୍ୟତୀତ ଆଉ କିଛିମାନେ ନାହିଁ ବୋଲି ଭତା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି। ସରକାରଙ୍କ ଏଭଳି ଯୋଜନାରେ ଯୋଡ଼ି ହୋଇଥିବା ନିଃସ୍ୱ, ଅସହାୟ, ଅବହେଳିତ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଯଦି ସେଥିରୁ ବଂଚିତ ହୁଅନ୍ତି ଓ ଏହାମଧ୍ୟରେ କିଛି ଅଘଟଣ ଘଟେ ତେବେ ଏଭଳି ଯୋଜନାର ମୂଲ୍ୟ କ’ଣ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି। ଭତା ଟଙ୍କା ଉପରେ ଭରସା କରି ନିଜ ପାଇ ଔଷଧ କିଣିବା ସହ ଅନ୍ୟ କାର୍ଯ୍ୟ କରିଥାନ୍ତି। ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ମାତ୍ର ଏକ ହଜାର ଟଙ୍କା, ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାତ୍ର ମାସିକ ସାଢ଼େ ୩ ହଜାର ଟଙ୍କା ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଛି ବୋଲି ବିରୋଧି ଦଳର ନେତାମାନେ ଅଭିଯୋଗ କରିଛନ୍ତି। ଯେଉଁ ରାଜ୍ୟରେ ସରକାର ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଅସହାୟମାନଙ୍କ ବିପଦରେ ଛିଡ଼ା ହୋଇପାରୁ ନାହାନ୍ତି ସେଠାରେ ସରକାର ଅନ୍ୟ ଦିଗ ପ୍ରତି କିପରି ଯତ୍ନବାନ ହେବେ। ଏହି ଭିନ୍ନକ୍ଷମ ସରକାର କିପରି ଭିନ୍ନକ୍ଷମ ଲୋକମାନଙ୍କୁ ଭତା ଦେବ ତାହା ଏବେ ଚିନ୍ତାର ବିଷୟ ଅଟେ। ତେଣୁ ରାଜ୍ୟ ସରକାର ତୁରନ୍ତ ଗରିବ, ବୃ୍ଦ୍ଧା ବୃଦ୍ଧ, ଭତା ହିତାଧିକାରିଙ୍କ ଭତା ଟଙ୍କା ଦେବା ପାଇ ସାଧାରଣରେ ଦାବି ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande