ଯୁକ୍ତ ୩ ନାମଲେଖା ଫି ଫେରସ୍ତ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଯୁକ୍ତ ତିନି (+୩) ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଦାଖଲ କରାଯାଇଥିବା ନାମଲେଖା ଫି’ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଫେରସ୍ତ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଛାତ୍ରଛାତ୍ରୀଙ
fhgdyj


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଯୁକ୍ତ ତିନି (+୩) ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଦାଖଲ କରାଯାଇଥିବା ନାମଲେଖା ଫି’ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ଫେରସ୍ତ କରାଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ନିଜ ବ୍ୟାଙ୍କ ଆକାଉଂଟ ଯାଂଚ କରନ୍ତୁ: କମନ୍ ଆପ୍ଲିକେସନ୍ ଫର୍ମରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା ହୋଇଛି କି ନାହିଁ ଦୟାକରି ଯାଂଚ କରନ୍ତୁ। ଯଦି ଟଙ୍କା ଫେରସ୍ତ ପାଇନାହାନ୍ତି: ତ୍ରୁଟିପୂର୍ଣ୍ଣ ବ୍ୟାଙ୍କ ଖାତା ବିବରଣୀ କିମ୍ବା ଟ୍ରାଞ୍ଜାକସନ ଫେଲ୍ ଯୋଗୁଁ ଯଦି ଆପଣଙ୍କ ଖାତାରେ ଫେରସ୍ତ ଟଙ୍କା ଜମା ହୋଇନଥାଏ, ତେବେ ସଠିକ୍ ବିବରଣୀ ପ୍ରଦାନ କରିବା ଏବଂ ଫେରସ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ସାମସ୍ ଷ୍ଟୁଡେଂଟ ଲଗ୍ ଇନ୍ ରେ ଶୀଘ୍ର ଏକ ସ୍ୱତନ୍ତ୍ର ଲିଙ୍କ୍ ଉପଲବ୍ଧ ହେବ। ଅଧିକ ସୂଚନା ଏବଂ ଅପଡେଟ୍ ପାଇଁ ଦୟାକରି ସାମସ୍ ଓଡ଼ିଶାର ଅଫିସିଆଲ୍ ପୋର୍ଟାଲ୍ ପରିଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande