ବାତ୍ୟା ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଜୟପୁର , 28 ଅକ୍ଟୋବର (ହି.ସ.) ସମ୍ଭାବ୍ୟ ବାତ୍ୟା ''ଅର୍ଣ୍ଣବ’କୁ ଦୃଷ୍ଟିରେ ରଖ୍ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଅନେକ ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କରାଯାଇଛି। ଏଥିସହ ହୀରାଖଣ୍ଡ ଏକ୍ସପ୍ରେସ୍ର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବାତିଲ୍ ହେବାକୁ ଥିବା ଟ୍ରେନ୍ଗ
ବାତ୍ୟା ପାଇଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ,


ଜୟପୁର

, 28 ଅକ୍ଟୋବର (ହି.ସ.)

ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ’କୁ ଦୃଷ୍ଟିରେ ରଖ୍ ଯାତ୍ରୀଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ରେଳବାଇ ପକ୍ଷରୁ ଅନେକ ଯାତ୍ରୀବାହୀ ଟ୍ରେନ୍ ବାତିଲ୍ କରାଯାଇଛି। ଏଥିସହ ହୀରାଖଣ୍ଡ ଏକ୍ସପ୍ରେସ୍ର ଚଳାଚଳରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ବାତିଲ୍ ହେବାକୁ ଥିବା ଟ୍ରେନ୍ଗୁଡ଼ିକ ହେଲା. ବିଶାଖାପାଟଣା–କିରଣ୍ଡୁଲ୍ ରାତ୍ରିକାଳୀନ ଏକ୍ସପ୍ରେସ୍ (୧୮୫୧୫) ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବାତିଲ୍ ରହିବ . କିରଣ୍ଡୁଲ୍-ବିଶାଖାପାଟଣା ରାତ୍ରିକାଳୀନ ଏକ୍ସପ୍ରେସ୍ (୧୮୫୧୬) ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ବାତିଲ୍ ରହିବ। ବିଶାଖାପାଟଣା–କୋରାପୁଟ ଯାତ୍ରୀବାହୀ ଟ୍ରେନ୍ (୫୮୫୩୮) ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍ ରହିବ।କୋରାପୁଟ–ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ୍ (୫୮୫୩୭) ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ ବାତିଲ୍ ରହିବ। ବିଶାଖାପାଟଣା–କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୫୧୨) ଅକ୍ଟୋବର ୩୦ରେ ବାତିଲ୍ ରହିବ। କୋରାପୁଟ–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ (୧୮୫୧୧) ଅକ୍ଟୋବର ୩୧ରେ ବାତିଲ୍ ରହିବ।୭. ବିଶାଖାପାଟଣା–କିରଣ୍ଡୁଲ୍ ଯାତ୍ରୀବାହୀ ଟ୍ରେନ୍ (୫୮୫୦୧) ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍ ରହିବ।. କିରଣ୍ଡୁଲ୍-ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ୍ (୫୮୫୦୨) ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ୍ ରହିବ।ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ ହୀରାଖଣ୍ଡ ଏକ୍ସପ୍ରେସ୍ଭୁବନେଶ୍ବର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୭) ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ ରାୟଗଡ଼ାଠାରେ ଯାତ୍ରା ସମାପ୍ତ କରିବ।ସେହିପରି, ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ (୧୮୪୪୮) ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟଗଡ଼ାଠାରୁ ଯାତ୍ରା ଆରମ୍ଭ କରିବ ।ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ହୋଇଥିବା ଏହି ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ଅବଗତ ହୋଇ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି । ଏଥିଯୋଗୁଁ ଯାତ୍ରୀମାନଙ୍କୁ ହେବାକୁ ଥୂବା ଅସୁବିଧା ପାଇଁ ରେଳ ବିଭାଗ କତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande